ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜୁ ଜନତା ଦଳରେ ଯୋଗଦେବେ । ସୋସିଆଲ ମିଡ଼ିଆରେ ଏହା ଭାଇରାଲ୍ ହେବାରେ ଲାଗିଛି । ଖାଲି ଅପରାଜିତା ନୁହଁନ୍ତି, ତାଙ୍କ ସହ ଦଶ ବାର ବିଧାୟକ ମଧ୍ୟ ବିଜେଡ଼ି ଯିବେବୋଲି ଚର୍ଚ୍ଚା ହେଉଛି । କିନ୍ତୁ ବାସ୍ତବରେ ବିଜେଡ଼ି ସୋସିଆଲ ମିଡ଼ିଆରୁ ଏଭଳି ଏକ ଗୁଜବ ଖେଳାଯାଉଛି ।
ସମ୍ପ୍ରତି ରାଜ୍ୟ ବିଜେପିରେ ଅପରାଜିତା ଷଡ଼ଙ୍ଗୀ କୋଣଠେସା ହୋଇଯାଇଛନ୍ତି । ବଡ଼ ଆଶା ରଖିଥିବା ଅପରାଜିତା ଏବେ ନିଜ ଖୋଳିଥିବା ଗାତରେ ହିଁ ପଡ଼ିଯାଇଛନ୍ତି । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ଅପରାଜିତା ନିଜକୁ ବିଜେପିର ସବୁଠାରୁ ଲୋକପ୍ରିୟ ନେତ୍ରୀ ବୋଲି ଭାବୁଥିଲେ । ନିଜର ଏକ ଯୁବ ଓ ମହିଳା ବାହିନୀ ଗଢ଼ି ସାରା ରାଜ୍ୟରେ ନିଜର ଲୋକପ୍ରିୟତା ବଢ଼ାଉଥିଲେ । ଅପରାଜିତାଙ୍କ ସମର୍ଥକମାନେ ତାଙ୍କୁ ହିଁ ଭବିଷ୍ୟତର ମୁଖ୍ୟମନ୍ତ୍ରୀ ବୋଲି କହି ବୁଲୁଥିଲେ । କିନ୍ତୁ ୨୦୨୪ ପରେ ଅପରାଜିତାଙ୍କ କାଟତି କମିଯାଇଛି । ଅପରାଜିତାଙ୍କ ସମର୍ଥକଙ୍କ ଉପରେ ବି ବିଜେପି ଆକ୍ସନ ନେଉଛି ।
ଏହି ମଉକାରେ ବିଜେଡ଼ି ଏଭଳି ଗୁଜୁବ ରଚି ବିଜେପିରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି । ତେବେ ବିଜେପି ବିରୁଦ୍ଧରେ ବିଜେଡିର ଏପରି ଗୁଜବ ଦଳ ଉପରେ ଓ ବିଶେଷ ଭାବରେ ଅପରାଜିତାଙ୍କ ଉପରେ କେତେ ପ୍ରଭାବ ପକାଉଛି ତାହା ସମୟ ହିଁ କହିବ । ତେବେ ଦେଖିବାକୁ ଗଲେ ଦଳରେ ଅପରାଜିତାଙ୍କ ଅବସ୍ଥା ଯାହା, ତାହାକୁ କଳ୍ପନା କରି ସେ ବିଜେଡି ଶିବରକୁ ଯାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
More Stories
ଗୋମାଂସ ଚାଲାଣ କରୁଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ- ବିଜେପି
ବିଜୁ ବାବୁଙ୍କ ନାଁକୁ ଡରୁଛି ବିଜେପି-ପ୍ରମିଳା
ନବୀନଙ୍କୁ ଚିଠିରେ କଣ ଲେଖିଛନ୍ତି ମୋହନ୍