The Topmost

“The eyes believe themselves, the ears believe other people.”

୧୧ ଶହ କର୍ମକର୍ତ୍ତାଙ୍କ ବିରୋଧରେ ଦୁର୍ନୀତି ବିରୋଧି କାର୍ଯ୍ୟାନୁଷ୍ଠାନ

ଚୀନ୍ କମ୍ୟୁନିଷ୍ଟ ପାର୍ଟି ବୈଠକ ପୂର୍ବରୁ ଜିନପିଙ୍ଗଙ୍କ ‘ଅନ୍ତିମ ସଫେଇ’ । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କ୍ଷମତାକୁ ଜାବୁଡ଼ି ଧରିବା ପାଇଁ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ନାଁରେ ଜଣକ ପରେ ଜଣେ ବିରୋଧୀଙ୍କୁ ସଫା କରିବାରେ ଲାଗିଛନ୍ତି । ଏକ ଦଶନ୍ଧି ତଳେ ଯେତେବେଳେ ସେ କ୍ଷମତାକୁ ଆସିଥିଲେ ସେତେବେଳେ ପ୍ରତିଜ୍ଞା କରିଥିଲେ ଯେ ଅସାଧୁ କର୍ମଚାରୀଙ୍କ ମୂଳପୋଛ କରିବେ- ସେ ନେତା, ମନ୍ତ୍ରୀ ବା ବରିଷ୍ଠ ଅଧିକାରୀ ହୁଅନ୍ତୁ କି ତଳସ୍ତରର ସାଧାରଣ କର୍ମଚାରୀ ହୁଅନ୍ତୁ । ଏପର୍ଯ୍ୟନ୍ତ ଜିନପିଙ୍ଗ ଦେଢ଼ ନିୟୁତ ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡିତ କରିଛନ୍ତି ଏବଂ ସ୍ବଚ୍ଛତା ସୂଚକାଙ୍କରେ ଚୀନ୍‌ର ଉନ୍ନତି ଘଟିଛି । ତେବେ ସମାଲୋଚକ ମାନଙ୍କ କହିବା ଅନୁସାରେ ଶତ୍ରୁମାନଙ୍କୁ ମୂଳୋତ୍ପାଟନ କରିବା ପାଇଁ ସି ଜିନପିଙ୍ଗ ଏହାକୁ ଏକ ରାଜନୈତିକ ଅସ୍ତ୍ର କରିଛନ୍ତି । ଚଳିତବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ଦଳର ପ୍ରାୟ ୧,୧୦୦ କର୍ମକର୍ତ୍ତାଙ୍କ ବିରୋଧରେ ଦୁର୍ନୀତି ନାଁରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଉପ-ଜନସୁରକ୍ଷା ମନ୍ତ୍ରୀ ସନ ଲିଜୁନ ଏବଂ ପୂର୍ବତନ ନ୍ୟାୟମନ୍ତ୍ରୀ ଫୁ ସେଙ୍ଘୁଆ, ଯେଉଁମାନେ ଏବେ ଜୀବନର ଅବଶିଷ୍ଟ ସମୟ ଜେଲରେ କଟାଇବେ । ଆଗକୁ ଦଳର ବୈଠକ ଥିବାରୁ ତା’ ପୂର୍ବରୁ ଜିନପିଙ୍ଗ ତାଙ୍କ କ୍ଷମତା ରାସ୍ତାରୁ ‘ଅନ୍ତିମ ସଫେଇ’ କରିବେ ବୋଲି ଆଶା କରାଯାଉଛି ।