ବାହାନଗାରେ ପୁଣି ଅଭାବନୀୟ ଘଟଣା । ଟ୍ରେନ୍ ଧକ୍କାରେ ଚାଲିଗଲା ଜୀବନ । ପୁରୀ-ହାଓ୍ବଡା ଏକ୍ସପ୍ରେସ୍ ନେଇଛି ଜୀବନ । ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ହୋଇଥିବା ଭୟାବହ ଟ୍ରେନ୍ ଦୁର୍ଘଟଣା ଖବର ମନରୁ ନଲିଭୁଣୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବାହାନଗା ଷ୍ଟେସନ ଦାଣ୍ଡହରିପୁର ନିକଟରେ ମର୍ମନ୍ତୁଦ ଟ୍ରେନ୍ ଧକ୍କା ନେଇଛି ୨ ଯୁବକଙ୍କ ଜୀବନ ।
ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ସକାଳୁ ଟ୍ରେନ୍ ଟ୍ରାକରେ ଦୁଇଟି ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା । ବାଲେଶ୍ବର ପୁରୀ-ହାଓଡା ଏକ୍ସପ୍ରେସ ଟ୍ରେନ ଦୁଇ ଯୁବକଙ୍କୁ ଧକ୍କା ଦେବା ଫଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ବାହାନଗା ଷ୍ଟେସନ ଦାଣ୍ଡହରିପୁର ସ୍ଥିତ ରେଳ ଫାଟକ ନିକଟରେ ଦୁଇ ଯୁବକଙ୍କ ମୃତ ଦେହ ଖଣ୍ଡ ବିଖଣ୍ଡିତ ହୋଇ ରେଲୱେ ଲାଇନରେ ପଡି ରହିଥିଲା । ସ୍ଥାନୀୟ କିଛି ଲୋକେ ଏହା ଦେଖି ତୁରନ୍ତ ରେଲଓ୍ବେ ପୋଲିସକୁ ଫୋନ କରିଥିଲେ ।
ରେଲଓ୍ବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ତେବେ ମୃତକମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନି । ଟ୍ରେନ୍ ଧକ୍କା ଦେବା ଫଳରେ ଦୁଇ ଯୁବକଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ପଡିଥିଲା । ଯେଉଁଥି ପାଇଁକି ଚିହ୍ନିବା କଷ୍ଟକର ହେଉଛି । ରେଲଓ୍ବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା