ସୋଆରେ ଅମୃତ କାଳ ବିମର୍ଶ ବିକଶିତ ଭାରତ କାର୍ଯ୍ୟକ୍ରମ ଆୟୋଜିତ

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ (ଆଇଏଏସ୍‌) ରେ ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଅମୃତ କାଳ ବିମର୍ଶ ବିକଶିତ ଭାରତ  ଅ ୨୦୪୭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଙ୍ଗାଲୁରୁ ସ୍ଥିତ ସିଏସ୍‌ଆଇଆର ଫୋର୍ଥ ପାରାଡାଇମ୍ ଇନ୍‌ଷ୍ଟିଚ୍ୟୁଟର ବରିଷ୍ଠ ପ୍ରମୁଖ ବୈଜ୍ଞାନିକ ଡଃ କୃଷ୍ଣ ଚନ୍ଦ୍ର ଗୌଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ପ୍ରଗତିରେ ସ୍ଥାୟୀ ବିକାଶ ଲକ୍ଷ୍ୟର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହା ସହ ସେ କୃଷି ବିଜ୍ଞାନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ର ପ୍ରୟୋଗ  ଦ୍ୱାରା ଉଭୟ ଫସଲ ଉତ୍ପାଦନ ଓ ସଂରକ୍ଷଣ କ୍ଷେତ୍ରରେ ଆସିଥିବା ନୂତନ ଜ୍ଞାନ କୌଶଳ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଏହା ଛଡ଼ା ବିଜ୍ଞାନର ବିଭିନ୍ନ ବିଭାଗ ଯଥା ଯାନ୍ତ୍ରିକ ବିଦ୍ୟା, ଚିକିତ୍ସା ବିଜ୍ଞାନ ଓ କ୍ଷେତ୍ରରେ  କୃତ୍ରିମ ବୁଦ୍ଧିମତାର ଉପଯୁକ୍ତ ପ୍ରୟୋଗ ଦେଶର ବିକାଶରେ ଅନେକ ଲାଭଦାୟକ ହେବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ଉତ୍ସବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ  ବିକଶିତ ଭାରତରେ ଗବେଷଣା ର ଭୂମିକା ବିଷୟରେ ମତ ରଖିବା ସହ ଛାତ୍ରଛାତ୍ରୀ ମାନେ ଶିକ୍ଷକ ମାନଙ୍କ ସହିତ ଗବେଷଣା ଦିଗରେ କାର୍ଯ୍ୟ କରିବାକୁ  ଆହ୍ୱାନ ଦେଇଥିଲେ ।  କୃଷି ମହାବିଦ୍ୟାଳୟ ର ଡିନ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେବା ସହିତ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ  ଉତ୍ସବର ଆଭିମୁଖ୍ୟ ସଂପର୍କରେ କହିଥିଲେ । ପ୍ରଫେସର ପ୍ରଭାତ କୁମାର  ଷଡଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ  ଏହି ଉତ୍ସବରେ ଆଇଏଏସ୍‌ର ଉପଦେଷ୍ଟା ଡଃ ବିଜୟ କୁମାର ସାହୁ ଓ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଉପସ୍ଥିତ ଥିଲେ । ଡଃ ଅଂଶୁମାନ ଜେନା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

SHARE BY