ହିମାଚଳ ପ୍ରଦେଶରେ ଜନସଭାକୁ ସମ୍ବୋଧିତ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସିରମୋରରେ ଆୟୋଜିତ ରାଲିରେ ଯୋଗ ଦେଇ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଶାହା । ୫୫ବର୍ଷ ଧରି ହିମାଚଳର ଜନଜାତି ହାଟି ସମୁଦାୟ ଉପରେ ଅତ୍ୟାଚାର ଓ ଅନ୍ୟାୟ କରିଛି କଂଗ୍ରେସ । ତେବେ ବିଜେପି ସରକାର ଆସିବା ପରେ ସମୁଦାୟ ଉପରେ ଅତ୍ୟାଚାର ଶେଷ ହୋଇଥିଲା । ଶାହା କହିଛନ୍ତି କଂଗ୍ରେସର କାମ କେବଳ ଆଉ କେବଳ ନିଆଁ ଲଗାଇବା, ବିବାଦ କରିବା । ବର୍ତମାନ ରାଜାରାଣୀଙ୍କ ସମୟ ଚାଲିଯାଇଛି ଓ ଲୋକତନ୍ତ୍ରରେ ସମୟ ଆସିଛି । ଆଗକୁ ଆସୁଛି ବିଧାନସଭା ନିର୍ବାଚନ ଏହା ପୂର୍ବରୁ ବିଜେପି ସରକାର ପ୍ରଚାର ପାଇଁ ଏକ ଥିମ ସଙ୍ଗ ମଧ୍ୟ ରିଲିଜ କରିଛନ୍ତି । ଯାହାର ନାଁ ଦିଆଯାଇଛି ହିମାଚଳ କି ପୁକାର, ଭାଜପା ସରକାର । ତେବେ ଏହାରି ଭିତରେ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ