The Topmost

“The eyes believe themselves, the ears believe other people.”

ସକାଳୁ ପେଟ ଖାଲି ରଖିଲେ ମାଡି ଆସିବ ଏହି ସବୁ ସମସ୍ୟା

ଆମେ ଅଧିକାଂଶ ସମୟରେ ବ୍ୟସ୍ତତା ହେତୁ ସକାଳ ଜଳଖିଆ ପ୍ରତି ଟିକେ ଯତ୍ନଶୂନ୍ୟ ହୋଇପଡୁ। ମାତ୍ର ମନେରଖନ୍ତୁ ଦିନ ଭିତରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସକାଳର ଖାଦ୍ୟ। ସକାଳୁ ପେଟ ପୂରା ଖାଇଲେ ହିଁ ଆପଣଙ୍କ ଶରୀର ସୁସ୍ଥ ରହିବ। ସକାଳୁ ଯଦି ଆପଣ କିଛି ଆଡୁସାଡୁ ଖାଦ୍ୟ ଖାଇ ଦଉଛନ୍ତି ତେବେ ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ପ୍ରଭାବ ପକାଇବ ଓ ଯେଉଁ କାରଣରୁ ଆପଣଙ୍କୁ ନାନା ସମସ୍ୟାର ସାମ୍ନା କରିବାକୁ ହେବ।

ସକାଳ ଖାଇବାକୁ ନେଇ ଯତ୍ନବାନ ରହିଲେ ହଜମ ପ୍ରକ୍ରିୟା ଠିକ୍‌ ରହିଥାଏ, ଯାହାକି ବ୍ୟକ୍ତିକୁ ନିରୋଗ ରଖେ। ସକାଳୁ ଉଚିତ ଖାଦ୍ୟ ଖାଇଲେ ଶରୀରରେ ପିଏଚ୍‌ ‌ସ୍ତର ନିୟନ୍ତ୍ରଣରେ ରହେ। ତେବେ ଚ‌ାଲନ୍ତୁ ଜାଣିବା ସକାଳୁ ସକାଳୁ କ’ଣ ସବୁ ଖାଇବା ଆମ ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥା‌ଏ।

ସକାଳ ପାନୀୟ ଭାବରେ କେହି କେହି ଜୀରା ପାଣି, ପଇଡ଼ ପାଣି, ଚା ଆଦି ଗ୍ରହଣ କରିଥାନ୍ତି। ଆପଣ ସକାଳୁ ଅଳ୍ପ ଉଷୁମ ପାଣିରେ ମହୁ ମିଶାଇ ପିଅନ୍ତୁ। କେହି କେହି ଓଜନ ହ୍ରାସ ପାଇଁ ମଧ୍ୟ ମହୁ ଓ ଗରମ ପାଣି ପିଇଥାନ୍ତି।

ପାଚିଲା ଅମୃତଭଣ୍ଡା ସହ ଯଦି ଆପଣ ନିଜର ଦିନ ଆରମ୍ଭ କରୁଛନ୍ତି ତା’ହେଲେ ଖୁବ୍ ଭଲ କଥା। ଶରୀରକୁ ଶକ୍ତି ଯୋଗାଇଥାଏ ଏହି ଫଳ। ଏଥିରେ ଥିବା ଫାଇବର୍‌ ଶରୀର ପାଇଁ ଖୁବ୍‌ ଉପକାରୀ।

ସକାଳୁ ଖାଲି ପେଟରେ ଭିଜା ଯାଇଥିବା ଆଲମଣ୍ଡ୍‌ ଖାଇବା ବି ଖୁବ୍ ଭଲ ହୋଇଥାଏ ଶରୀର ପାଇଁ। ଗାଜର, କଲରା, ଲାଉ ଆଦି ପରିବା ରସ ସକାଳୁ ଖାଇପାରିବେ। ଆପଣ ଚାହିଁଲେ ଅଁଳା ଓ ଆଲୋବେରା ରସ ବି ପିଇପାରିବେ।

SHARE BY