The Topmost

“The eyes believe themselves, the ears believe other people.”

ବଜେଟ୍‌ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ

ଆରମ୍ଭ ହୋଇସାରିଛି ଷୋଡଶ ବିଧାନସଭାର ଅନ୍ତିମ ଅଧିବେଶନ । ବିଧାନସଭାର ଏହି ବଜେଟ୍‌ ଅଧିବେଶନ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ତେବେ ଏହି ଅଧିବେଶନ ପୂର୍ବରୁ ରବିବାର ସନ୍ଧ୍ୟାରେ ବିଧାନସଭାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାଚସ୍ପତି ପ୍ରମିଳା ମଲ୍ଲିକ ଅଧ୍ୟକ୍ଷତା କରିଥିଲେ ।

ବାଚସ୍ପତିଙ୍କ ପ୍ରକୋଷ୍ଠରେ ବସିଥିବା ବୈଠକରେ ବିଧାନସଭାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ନେଇ ଚର୍ଚ୍ଚା ହୋଇଥିଲା । ବାଚସ୍ପତି ଶ୍ରୀମତୀ ମଲ୍ଲିକ ସହଯୋଗ ଲୋଡ଼ିଛନ୍ତି । ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ ।