ଚଳିତ ବର୍ଷ ପୂଜାରେ ମଧ୍ୟରାତ୍ର ଯାଏଁ ଝୁମିବ ରାଜଧାନୀ । ଚଳିତ ବର୍ଷ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡିକୁ ଅନୁମତି ମିଳିଛି । ବିଏମସିର ସମନ୍ୱୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଶାନ୍ତିଶୃଙ୍ଖଳାର ସହ ମେଲୋଡି କରିବାକୁ କୁହାଯାଇଛି । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବ । ରାଜଧାନୀର ୧୭୮ ପୂଜା ମଣ୍ଡପରେ ଶୋଭା ପାଇବେ ମା’ ଦୁର୍ଗା । ଏସବୁ ପୂଜା ମଣ୍ଡପର ପରିମଳକୁ ଗୁରୁତ୍ୱ ଦେଇଛି ବିଏମସି । ଭସାଣ ଉତ୍ସବ ପାଇଁ ବିଏମସି ପକ୍ଷରୁ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯିବ । ତେବେ ଦୁଇ ବର୍ଷ ହେବ କୋଭିଡ୍ ଯୋଗୁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ ଲାଗିଥିଲା । ଆଲୋକ ଓ ପରିମଳ ଉପରେ ବିଶେଷ ଧ୍ୟାନ ଦେବାକୁ ଆଲୋଚନା ହୋଇଛି । ଖରାପ ଥିବା ରାସ୍ତାଗୁଡ଼ିକୁ ଚିହ୍ନଟ କରି ଜରୁରୀ ମରାମତି କରିବାକୁ କୁହାଯାଇଛି । ବିଦ୍ୟୁତ୍ ଯୋଗୁଁ ଘଟୁଥିବା ଅଗ୍ନିକାଣ୍ଡ ଓ ଦୁର୍ଘଟଣା ରୋକିବା ସହ ବିସର୍ଜନ ପାଇଁ ୪ଟି ଅସ୍ଥାୟୀ ପୋଖରୀ ନିର୍ମାଣ କାରିବାକୁ ଯୋଜନା ହୋଇଛି । କମିସନର କହିଛନ୍ତି, ସଂକ୍ରମଣକୁ ରୋକିବା ପାଇଁ ଏକ ସ୍ବତନ୍ତ୍ର ଦଳ ମଣ୍ଡପ ପରିସରରେ ଥିବା ଖାଦ୍ୟ ଷ୍ଟଲଗୁଡିକ ଯାଞ୍ଚ କରାଯିବ । ପୂଜା ପାଳନ କରିବା ପାଇଁ ଖୁବ୍ ଶୀଘ୍ର ଏସ୍ଓପି ପ୍ରକାଶ ପାଇବ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ