ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ଅଳକା ଲାମ୍ବା କହିଥିଲେ, ୨୦୦୦ ମସିହାରେ ଓଡ଼ିଶାରେ ମଦ ବିକ୍ରିରୁ ୧୧୪ କୋଟି ରାଜସ୍ୱ ପାଉଥିଲେ ସରକାର । ହେଲେ ଏବେ ତାହା ବଢି ୬ ହଜାର ୪୫୫ କୋଟିରେ ପହଞ୍ଚିଲାଣି । ମଦ ପାଇଁ ବହୁ ଜୀବନ ଉଜୁଡି ଯାଉଛି । ମା’ ଉଭଣୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାସହ ସେ କହିଛନ୍ତି, ଓଡ଼ିଶାରେ ପ୍ରତିଦିନ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ନାବାଳିକା । ରାଜ୍ୟ ସରକାର ୭୩ ଲକ୍ଷ ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରି ଆର୍ଥିକ ବିକାଶ ହେଉଥିବା କଥା କହୁଛନ୍ତି । ହେଲେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ସେଥିମଧ୍ୟରୁ ଓଡ଼ିଶାର ଏସଏଚଜି ଗ୍ରୁପର ଦୈନିକ ଆୟ ୧୭ ଟଙ୍କା । ଏପରି କ୍ଷେତ୍ରରେ ମହିଳା କିପରି ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା