ଦିଲ୍ଲୀରୁ ନିର୍ବାଚନ ଲଢିବେ ଅକ୍ଷୟ କୁମାର !

ନୂଆଦିଲ୍ଲୀରୁ ନିର୍ବାଚନ ଲଢ଼ିବେ କି ଖିଲାଡି କୁମାର । ଏବେ ବିଜେପି ଲୋକସଭା ଆସନକୁ ନେଇ ଜୋରଦାର୍ ଚର୍ଚ୍ଚା ହେଉଛି । ଆମ ଆଦମୀ ପାର୍ଟି ସହ କଂଗ୍ରେସର ମେଣ୍ଟ ପରେ ବିଜେପି ଏବେ ପ୍ରତିନିଧିଙ୍କ ନାଁ ସର୍ଟଲିଷ୍ଟ କରୁଛି । ପାର୍ଟିର ନେତାମାନେ ବିଭିନ୍ନ ରାଜ୍ୟରୁ ଆଶାୟୀ ଥିବା ଲୋକଙ୍କ ନାଁ ଏକାଠି କରୁଛି । ଏ ନେଇ ବହୁତ ବୈଠକ ବି ହୋଇଛି । ସମସ୍ତଙ୍କ ନାଁ ଫାଇନାଲ କରିବାକୁ ଆଜି ମିଟିଂ ହେବ । ଉତ୍ତର ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚ୍ଚଦେବ ଏବଂ ବାଂସୁରୀ ସ୍ବରାଜଙ୍କ ନାଁ ରହିଛି । ବାଂସୁରୀ ହେଉଛନ୍ତି ନୂର୍ବତନ ବୈଦେଶୀକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଝିଅ । ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ନାଁ ବି ରେସରେ ରହିଛି । ଆଗାମୀ କିଛି ଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ବିଜେପିର ଦିଲ୍ଲୀ ୟୁନିଟ୍ ଅତି କମରେ ଦୁଇଟି ସିଟ୍ ପାଇଁ କିଛି ନାମ ପଠାଇଛି। ଏହି ସପ୍ତାହ ଶେଷ ସୁଦ୍ଧା ବିଜେପିର ପ୍ରଥମ ତାଲିକା ଘୋଷଣା କରାଯାଇପାରେ । ଦଳର ମୁଖ୍ୟ ଜେପି ନାଡ୍ଡାଙ୍କ ନେତୃତ୍ୱରେ ବିଜେପିର ରାଜ୍ୟ ନିର୍ବାଚନ କମିଟି ନାଁ ଠିକ କରିବ। ଏହି ସଭାରେ ପ୍ରାୟ ୨୮ ଜଣଙ୍କ ନାମକୁ ନେଇ ବିଚାର କରାଯିବ। ଦିଲ୍ଲୀର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ରାଜ୍ୟ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିକୁ ମତାମତ ଦେବେ ।

SHARE BY