ଭାରତ ଯୋଡ ନ୍ୟାୟ ଯାତ୍ରାରେ ସାମିଲ ହୋଇନପାରନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଉତ୍ତରପ୍ରଦେଶରେ ରାହୁଲ ଯାତ୍ରା କରୁଥିଲେ ମଧ୍ୟ ଏଥିରେ ଅଖିଳେଶ ସାମିଲ ହେବା ନେଇ ଏବେ ବି ସସପେନ୍ସ ଜାରି ରହିଛି । କାରଣ ଉଭୟ ଦଳ ମଧ୍ୟରେ ଲୋକସଭା ସିଟ୍ ଭାଗବଣ୍ଟା ଏଯାଏଁ ଛିଡୁନି । ପୂର୍ବରୁ ଅଖିଳେଶ ସ୍ପଷ୍ଟ କରିଥିଲେ ଯଦି ସିଟ୍ ଭାଗବଣ୍ଟା ନ ହୁଏ ତେବେ ଯାତ୍ରାରେ ସାମିଲ ହେବେନି । ସମାଜବାଦୀ ପାର୍ଟି ଏବେ ପର୍ଯ୍ୟନ୍ତ କଂଗ୍ରେସକୁ ୧୭ଟି ଲୋକସଭା ଆସନ ଦେବାକୁ ପ୍ରସ୍ତୁତ ଅଛି । ଉଭୟ ଦଳ ମଧ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରୁନାହିଁ । କଂଗ୍ରେସ ମୁରାଦାବାଦ ଓ ବାଲିଆ ଆସନ ଚାହୁଁଥିବା ବେଳେ ସମାଜବାଦୀ ପାର୍ଟି ଏହି ଆସନ ଛାଡିବାକୁ ପ୍ରସ୍ତୁତ ନୁହେଁ । ମୁରାଦାବାଦ ଆସନକୁ ନେଇ ଉଭୟ କଂଗ୍ରେସ ଓ ସମାଜବାଦୀ ପାର୍ଟି ଅଡି ବସିଛନ୍ତି । ସେହିଭଳି କଂଗ୍ରେସ ବିଜନୋର ଆସନ ମଧ୍ୟ ଚାହୁଁଛି । ୩ଟି ଆସନକୁ ନେଇ ଉଭୟ ଦଳ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି । ବାଲିଆ, ମୁରାଦାବାଦ ଓ ବିଜନୋର ଏହି ୩ ଆସନକୁ ନେଇ ଉଭୟ ଦଳ ମଧ୍ୟ ଆସନ ବୁଝାମଣା ହୋଇପାରୁନାହିଁ । ତେଣୁ ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମିଳିତ ଭାବେ ଲଢିବେ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ଉଭୟ ଦଳ ଉତ୍ତରପ୍ରଦେଶରେ ମିଳିତ ଭାବେ ନିର୍ବାଚନ ନ ଲଢନ୍ତି ତେବେ ଏହା ଇଣ୍ଡିଆ ମେଣ୍ଟକୁ ବଡ ଝଟକା ଦେବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍