ବାତ୍ୟା ‘ଦାନା’ ପାଇଁ ଆସିଲା ପ୍ରାଥମିକ ସହାୟତା ରାଶି । ଅତ୍ୟଧିକ ଭାବେ କ୍ଷତିଗ୍ରସ୍ତଙ୍କୁ ଦିଆଯିବ ସହାୟତା । ଭଦ୍ରକ ଜିଲ୍ଲାରେ ‘ଦାନା’ ପାଇଁ ୫୯୦ ଅଙ୍ଗନବାଡି ଗୃହ, ୧୬୦୦ରୁ ଅଧିକ ରୋଡ଼, ୧୪୦ କଲଭର୍ଟ, ୯୭୨ ସ୍କୁଲ ଗୃହ ଓ ସରଞ୍ଜାମ କ୍ଷତି ହୋଇଥିବା ନେଇ ପ୍ରାଥମିକ ଆକଳନ କରିଥିଲା ଜିଲ୍ଲା ପ୍ରଶାସନ । ବାତ୍ୟା ଦ୍ଵାରା ଜିଲ୍ଲାର ୧୨୬୩ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୧୪ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ ହୋଇଥିଲେ ଓ ୧୨ ଲକ୍ଷ ପଶୁ ଜନ୍ତୁ ପ୍ରଭାବିତ ହୋଇଥିବା ନେଇ ଆକଳନ ହୋଇଥିଲା ।
ତେବେ ଜିଲ୍ଲାରେ ୩୫୨ କୋଟିର କ୍ଷୟକ୍ଷତି ନେଇ ପ୍ରାଥମିକ ଆକଳନ କରାଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ତରଫରୁ ୭୯ କୋଟି ଟଙ୍କାର ସହାୟତା ମିଳିଛି । ଅତି ଜରୁରୀ ଥିବା କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ ଓ ବଳକା ରାଶି ଆସିଲେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି