ପୃଥିବୀକୁ ଗୁଡବାଏ କଲା ଆଦିତ୍ୟ ଏଲ୧ । ଲାଗରେଞ୍ଜ ପଏଣ୍ଟ ଆଡକୁ ମୁହାଁଇଲା ଭାରତର ସୂର୍ଯ୍ୟଯାନ । ଏନେଇ ଇସ୍ରୋ ପକ୍ଷରୁ ଶୋସିଆଲ ମିଡିଆ ସାଇଟ ଏକ୍ସରେ ସୂଚନା ଦିଆଯାଇଛି । ଗତକାଲି ରାତି ୨ ଟା ସମୟରେ ପୃଥୀବିରେ ପଞ୍ଚମ କକ୍ଷପକ୍ଷ ପୂରା କରିବା ପରେ ଏଲ୧ ପଏଣ୍ଟ ଆଡକୁ ଲମ୍ପ ପ୍ରଦାନ କରିଛି ଭାରତର ପ୍ରଥମ ସୂର୍ଯ୍ୟଯାନ । ଆଉ ୧୧୦ ଦିନ ପରେ ସୂର୍ଯ୍ୟ ଓ ପୃଥୀବର ମଝି ଏଲ୧ ପଏଣ୍ଟରେ ପହଞ୍ଚିବ ଆଦିତ୍ୟଏଲ୧ । ଯାହା ପୃଥୀବିଠୁ ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି । ଗତ ସେପ୍ଟେମ୍ବର ୨ ତାରିଖରେ ଲଞ୍ଚ ହୋଇଥିଲା ଆଦିତ୍ୟଏଲ୧ । ସୂର୍ଯ୍ୟର ଫଟୋସ୍ପିୟର, କ୍ରୋମସ୍ପିୟର ଏବଂ କୋରାନା ଉପରେ ଅଧିକ ଅଧ୍ୟୟନ କରିବ ଆଦିତ୍ୟଏଲ୧ । ସେପଟେ ଆଦିତ୍ୟ ଏଲ୧ ସୌର ମିଶନ ମହାକାଶଯାନ ତଥ୍ୟ ସଂଗ୍ରହ ଆରମ୍ଭ କରିଛି । ପୃଥୀବି ଚାରିପଟେ ଥିବା କଣିକାର ବିଶ୍ଳେଷଣ କରିବାରେ ଏହା ବୈଜ୍ଞାନିକମାନଙ୍କୁ ସହାଯ୍ୟ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।
“The eyes believe themselves, the ears believe other people.”
More Stories
ନାଭିରେ ପ୍ରତିଦିନ ଲଗାନ୍ତୁ ମହୁ, ରହିବନି ଏହି ସବୁ ସମସ୍ୟା
ପିଲାଙ୍କ ଠାରେ ଏହି ଲକ୍ଷଣ ଦେଖାଗଲେ ହୋଇଯାଆନ୍ତୁ ସାବଧାନ
ଶାନ୍ତିରେ ଚା ପିଇଲେ କମୁଛି ମୃତ୍ୟୁ ହାର