ଆଦିତ୍ୟ ଏଲ୧ର ହେଲା ଚତୁର୍ଥ କକ୍ଷପଥ ପରିବର୍ତ୍ତନ । ଲାଗରେଞ୍ଜ ପଏଣ୍ଟରେ ଆଦିତ୍ୟ ଏଲ୧କୁ ଅବସ୍ଥାପିତ କ୍ଷେତ୍ରରେ ଏହି କକ୍ଷ ପରିବର୍ତ୍ତନ ଗୁରୁତ୍ବପୂର୍ଣ୍ଣ ଅଟେ । ଇସ୍ରୋର ଟେଲିମେଟ୍ରି, ଟ୍ରାକିଂ ଓ କମାଣ୍ଡ ନେଟଓ୍ବର୍କ ବା ଇସଟ୍ରାକ ଜରିଆରେ ଏହା ହୋଇଛି ସମ୍ପାଦନ । କକ୍ଷ ପରିବର୍ତ୍ତନକୁ ଟ୍ରାକ୍ କରିଥିଲେ ମରିସସ, ବେଙ୍ଗାଳୁରୁ, ଏସଡିଏସି ଓ ପୋର୍ଟ ବ୍ଲେୟାରସ୍ଥିତ ଇସ୍ରୋର ଗ୍ରାଉଣ୍ଡ ଷ୍ଟେସନ । ଗତ ୩ ଓ ୫ ତାରିଖରେ ଆଦିତ୍ୟ ଏଲ୧ର ହୋଇଥିଲା ପ୍ରଥମ ଓ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ । ଗତ ୧୦ ତାରିଖରେ ଆଦିତ୍ୟ ଏଲ୧ କରିଥିଲା ତୃତୀୟ କକ୍ଷପଥ ପରିବର୍ତ୍ତନ । ମୋଟ ୫ଟି କକ୍ଷପଥ ପରିବର୍ତ୍ତନ ପରେ ଏଲ୧ ପଏଣ୍ଟ ଅଭିମୁଖେ ଗତି କରିବ ଆଦିତ୍ୟ । ଆଦିତ୍ୟ ଏଲ୧ ମିଶନ ଜରିଆରେ ସୂର୍ଯ୍ୟ ସମ୍ପର୍କରେ ଅଧିକ ଗବେଷଣା ଲାଗି ଯୋଜନା କରିଛି ଇସ୍ରୋ।
“The eyes believe themselves, the ears believe other people.”
More Stories
ଖାଲି ମିଠା କମେଇଲେ କମିବନି ଡାଇବେଟିସ୍
ଚୁଟକିରେ ଭଲ ହେବ ଆଖି ଧରା
ବୋନ୍ ଟ୍ୟୁମର କଣ