ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ବିରୋଧୀଙ୍କ ଅସହଯୋଗ ଯୋଗୁଁ ଗୋଟିଏ ଦିନ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ । ଶେଷ ଦିନରେ ପାରିତ ହେଲା ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ । ୨୮ ହଜାର ୨୦୦ କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍ ବିଧାନସଭାରେ ସିକୃତି ଲାଭ କରିଛି । ଅଧିବେଶନ କାଳରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ୧୨ଟି ବିଲ୍ ଆଲୋଚନା ହୋଇ ପାରିତ ହୋଇଛି । କିନ୍ତୁ ବିରୋଧୀଙ୍କ ଅସହଯୋଗ ଓ ହଟ୍ଟଗୋଳ ଯୋଗୁଁ ଗୋଟିଏ ବି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନି । ଅନେକ ଜନସ୍ବାର୍ଥ୍ୟ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ହୋଇଥିବାରୁ ବାଚସ୍ପତି, ଉପବାଚସ୍ପତି ଓ ଅନ୍ୟ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ, ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ବିଲ୍, ନିଷ୍ଟ ଓ ସିଲିକନ ଏକକ ବିଶ୍ବବିଦ୍ୟାଳୟ ବିଲ୍, ଏସସି ଏସଟି ସଂଶୋଧନ ବିଲ୍, ଓଡ଼ିଶା ଜିଏସଟି ସଂଶୋଧନ ବିଲ୍, ଭୂଅର୍ଜନ ପୁର୍ନବାସ ଓ ଥଇଥାନ ସଂଶୋଧନ ବିଲ୍, ପଛୁଆ ବର୍ଗ ଆୟୋଗ ସଂଶୋଧନ ବିଲ୍ ଭଳି ୧୨ଟି ବିଲ୍ ପାରିତ ହୋଇଛି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା