ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ BEO କାର୍ଯ୍ୟାଳୟର କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବାସଭବନ ସମେତ ଏକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । କେନ୍ଦୁଝରରେ ଥିବା ସରକାରୀ କ୍ବାର୍ଟର୍ସ, ଅଫିସ, ଭାଲୁକିପାଟଣାରେ ଥିବା ୩ ମହଲା କୋଠା, ତାଳପଦାରେ ଥିବା ପୈତୃକ ଘର, ତେଲକୋଇରେ ଥିବା ଶ୍ବଶୁର ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଚଢ଼ାଉରେ ୩ ଡିଏସପି, ୭ ଇନସ୍ପେକ୍ଟର, ୨ ଜଣ ଏଏସଆଇ ଓ ୯ କନଷ୍ଟେବଳ ସାମିଲ ହୋଇଛନ୍ତି । ତାଙ୍କର କେତେ ସ୍ଥାବର, ଅସ୍ଥାବର ସମ୍ପତ୍ତି, ବ୍ୟାଙ୍କ ଜମା, ସ୍ଵର୍ଣ୍ଣ ଅଳଙ୍କାର ତଥା ଅନ୍ୟାନ୍ୟ ସମ୍ପତ୍ତି ଆଦି ରହିଛି, ସେ ସମ୍ପର୍କରେ ଖୋଳତାଡ ଚାଲିଛି ।
“The eyes believe themselves, the ears believe other people.”
More Stories
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ
ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବ 10ଟି ବଡ ଶିଳ୍ପ