ଆପ୍ ଗୁଜରାଟ ମୁଖ୍ୟ ଗୋପାଳ ଇଟାଲିଆ ଅଟକ । ବିବାଦୀୟ ବୟାନ ମାମଲାରେ ଆମ ଆଦମୀ ପାର୍ଟି ଗୁଜରାଟ ରାଜ୍ୟ ସଭାପତି ଗୋପାଳ ଇଟାଲିଆଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ । ଆଜି ଅଫିସରେ ହାଜର ହେବା ଲାଗି ଗୋପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ମହିଳା ଆୟୋଗ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଏବଂ ମନ୍ଦିର ଓ ଧାର୍ମିକ ପ୍ରବଚନଗୁଡ଼ିକ ଶୋଷଣର ଅନ୍ତୁଡ଼ିଶାଳ ବୋଲି କହି ଚର୍ଚ୍ଚାରେ ଥିଲେ ଗୋପାଳ । ବିକାଶ ଓ ସମ୍ମାନ ଚାହୁଁଥିବା ମହିଳାମାନେ ମନ୍ଦିରକୁ ନ ଯିବା ଲାଗି ସେ ପରାମର୍ଶ ଦେଇ ବିବାଦ ଘେରକୁ ଆସିଥିଲେ । ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ମନ୍ତବ୍ୟର ଏକ କ୍ଲିପ ପଦାକୁ ଆସିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ । ସେପଟେ ଇଟାଲିଆଙ୍କୁ ସମର୍ଥନ କରିଛନ୍ତି ଆପର ଗୁଜରାଟ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ରାଘବ ଚଢା । ଏପଟେ ଏନସିଡବ୍ଲୁ ମୁଖ୍ୟ ରେଖା ଶର୍ମା ଅଭିଯୋଗ କରିଛନ୍ତି- ତାଙ୍କର କାର୍ଯ୍ୟାଳୟ ଆଗରେ ଆପ୍ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଜି ଗୋପାଳ କମିଶନଙ୍କ କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ପୋଲିସ ଅଟକ ରଖିଥିଲା । ଗୋପାଳଙ୍କୁ ଅଟକ ରଖିବା ଘଟଣାରେ ଦିଲ୍ଲୀ ପୋଲିସକୁ ସମାଲୋଚନା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ପ୍ରତିବାଦରେ ଗୋପାଳ କହିଛନ୍ତି ତାଙ୍କୁ ଏନସିଡବ୍ଲୁ ମୁଖ୍ୟ ଜେଲରେ ପୂରାଇବାକୁ ଧମକ ଦେଉଛନ୍ତି । ମାତ୍ର ସେ ଡରିବେ ନାହିଁ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍