The Topmost

“The eyes believe themselves, the ears believe other people.”

ଅଧିକ ଯୋଗ୍ୟତା ହେଲା କାଳ, ଗୁଗଲ କମ୍ପାନୀରୁ ତଡାହେଲେ ଯୁବତୀ

ଭଲ ପାଠ ପଢିଲେ କିମ୍ବା ପରିଶ୍ରମ କଲେ ନିଶ୍ଚୟ ସଫଳତା ମିଳିଥାଏ । ମଣିଷର ଜ୍ଞାନ ଓ ତାର କାମ କରିବାର ଶୈଳୀ ଭିଡ ଭିତରେ ସେହି ଲୋକଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଓ ସମ୍ମାନ ଦେଇଥାଏ । ଅଧିକ ଜ୍ଞାନ ହେଲେ ମଣିଷ ଭଲ ଚାକିରିଟିଏ କରି ଭଲ ଅର୍ଥ ରୋଜଗାର କରିବାର ସ୍ୱପ୍ନ ସଫଳ ହୋଇଥାଏ । ହେଲେ କିଏ କଣ କେବେ ନିଜ ଅତ୍ୟଧିକ ପାଠ ପଢା ଯୋଗୁ ଚାକିରି ହରାଏ ତାହା ହୁଏତ ଆପଣମାନେ କେବେ ଜାଣିନଥିବେ । ନିଜର ଜ୍ଞାନ, ପଢା ଓ ସଚ୍ଚଟାତା ପାଇଁ ଅଡୁଆରେ ପଡିଛନ୍ତି ଅନୁ ଶର୍ମା ।

ଅନୁ ଶର୍ମା ଜଣେ ପେସାରେ ସଫ୍ଟୱେର ଇଞ୍ଜିନିୟର । ସେ ଗୁଗୁଲରେ କାମ କରନ୍ତି । ତେବେ ନିଜ କର୍ମ ପ୍ରତି ଆବଶ୍ୟକତାରୁ ଭଲ କାମ କରିବା ହିଁ ତାଙ୍କ ପାଇଁ ମହଙ୍ଗା ପଡିଛି । ଅତ୍ୟଧିକ ଭଲ ହେବା ଯୋଗୁ ତାଙ୍କୁ ଚାକିରି ହରାଇବାକୁ ପଡିଛି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ତାଙ୍କୁ କାହିଁକି ଗୁଗୁଲ କାମରୁ ବାହାର କଲା ତାହା ସେ ପୋଷ୍ଟ କରିଛନ୍ତି ।

ତେବେ ଏହି ପ୍ରତ୍ୟାଖାନ ପତ୍ରରେ ଉଲ୍ଲେଖ କରାଯାଇଛି କି ଅନୁ ଶର୍ମାଙ୍କ ରିଜ୍ୟୁମ ଆବେଦନ କରାଯାଇଥିବା ପୋଷ୍ଟ ଠାରୁ ଯୋଗ୍ୟତା ଅଧିକ ଥିଲା । କମ୍ପାନୀ କହିଛି କି, ଆପଣ ଯେଉଁ ପଦବୀ ପାଇଁ ଆବେଦନ କରିଥିଲେ ସେଥିପାଇଁ ଆମର ପଦବୀ ପାଇଁ ଦରକାର ଆବଶ୍ୟକତା ଠାରୁ ଆପଣଙ୍କର ଯୋଗ୍ୟତା ଅଧିକ । ବାୟୋଡାଟା ଦେଖିଲା ପରେ ଜଣାପଡିଲା କି ଆପଣଙ୍କ ଯୋଗ୍ୟତା ଆମ ଆବଶ୍ୟକତା ଠାରୁ ଅଧିକ ବୋଲି କମ୍ପାନୀକୁ ଅନୁଭବକରିଥିଲା ।

ତେବେ ଅନୁ ଶର୍ମାଙ୍କ ଏହି ପୋଷ୍ଟକୁ ଏବେ ପର୍ଯ୍ୟନ୍ତ ୭୮ ହଜାର ଦେଖି ସାରିଲେଣି । ହଜାରରୁ ଅଧିକ ଲାଇକ ମିଳିଛି । ତେବେ ଅନୁଙ୍କ ଏହି ପୋଷ୍ଟରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । କିଛି ଲୋକ କହିଛନ୍ତି କି, ଆପଣ କାହାକୁ କାମରେ ନ ରଖି ବ୍ୟବହାର ନ କରି କିଭଳି ବିଶ୍ୱାସ କରୁଛନ୍ତି । ଜଣେ ୟୁଜର କହିଛନ୍ତି କି ସଫଳତା ଶୀର୍ଷରେ ରହି କଷ୍ଟରେ ରହୁଥିବା ଜଣେ କର୍ମଚାରୀଙ୍କ ଜୀବନ ଏମିତି କେମିତି ହୋଇପାରିବ । ସେହିଭଳି କମ୍ପାନୀ ମାନେ ଏମିତି ହିଁ ସମସ୍ତଙ୍କୁ ପ୍ରତ୍ୟାଖାନ କରିଥାଏ ।