August 10, 2025

ବୟସ ଲୁଚାଇବାରେ ମାହିର୍ ମହିଳା..

ନିଜ ଶରୀରକୁ ଠିକ୍‌ ଭା‌ବେ ରଖିବା ପାଇଁ ଆମେ ଘ‌ରେ ୱାର୍କଆଉଟ୍ କରିବାରୁ ନେଇ, ଚାଲିବା, ଦୌଡ଼ିବା କିମ୍ବା ଜିମ୍‌ ଯିବା ଆଦିକୁ ପ୍ରାଧାନ୍ୟ ଦେଇଥାନ୍ତି। ନିକଟରେ ସୋସିଆଲ୍‌ ମିିଡିଆରେ ଜଣେ ୬୦ ବର୍ଷୀୟା ମହିଳାଙ୍କ ଫିଟ୍‌ନେସ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମହିଳାଙ୍କୁ ଦେଖି ତାଙ୍କ ବୟସ କେତେ ଅନୁମାନ କରିବା କଷ୍ଟକର ହୋଇ ପଡୁଛି।

ତାଙ୍କୁ ‌ଏତେ ବର୍ଷ ହୋଇଥିଲେ ବି ସେ ଦୈନନ୍ଦିନ ଜିମ୍‌ ଯାଇ ୱାର୍କଆଉଟ୍‌ କରୁଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ସେ ନିଜ ଫିଟ୍‌ନେସ୍‌ର ଯାତ୍ରା ସଂପର୍କରେ କହିଛନ୍ତି। ତାଙ୍କ ଫଟୋ ଦେଖି ପ୍ରଶଂସକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇ ଚାଲିଛନ୍ତି।

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌ ଅନୁସାରେ, ମହିଳାଙ୍କ ନାମ ବାୟୋ ସଓଲିଂ। ଏହି ମହିଳା ଜଣକ ଚୀନର ଜିୟାଂଶୁର ବାସିନ୍ଦା। ତାଙ୍କୁ ଯେତେବେଳେ ୩୮ ବର୍ଷ ବୟସ ହୋଇଥିଲା ସେ ନିଜର ଫିଟ୍‌ନେସ୍‌ର ଯାତ୍ରା ଆରମ୍ଭ କରିିଥିଲେ। ଏବେ ପର୍ଯ୍ୟନ୍ତ ସେ ନିଜର ଯାତ୍ରା ଜାରି ରଖିଥିବା ବେଳେ ନିଜର ଫିଟ୍‌ନେସ୍‌ରେ ସେ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।

୩୮ ବର୍ଷ ବୟସରେ ତାଙ୍କର ଟିକେ ଓଜନ ବୃଦ୍ଧି ହୋଇ ଯାଇଥିବା କାରଣରୁ ସେ ତାଙ୍କର ଫିଟ୍‌ନେସ୍‌ ଯାତ୍ରା ଆରମ୍ଭ କରିଥିଲେ। ସେ ଏତେ ମୋଟା ଥିଲେ ଯେ ତାଙ୍କୁ କିଛି ପୋଷାକ ବି ହେଉ ନଥିଲା। ଏହି କାରଣରୁ ସେ ଏ‌ରୋବିକ୍ସ କ୍ଲାସ୍‌ ଜଏନ୍‌ କରିଗଲେ।

୬ ମାସ ଧରି ଫିଟ୍‌ନେସ୍ କ୍ଲାସ୍‌ କରିବା ପରେ ଲୋକ କୋଚ୍‌ ଅପେକ୍ଷା ବାୟୋଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଲୋକ କହିବ‌ା ଆରମ୍ଭ କଲେ ଯେ କୋଚ୍‌ଠାରୁ ବାୟୋ ଅଧିକ ଭଲ ଶିଖାଇ ପାରୁଛନ୍ତି।

SHARE BY