ସୋଆ ପରିଦର୍ଶନ କଲେ ହଲାଣ୍ଡର ବିଶିଷ୍ଟ ଗବେଷକ । ମହାଭାରତ କାବ୍ୟକୁ ନେଇ ଦୀର୍ଘ ୨୦ ବର୍ଷ ହେବ ଗବେଷଣା ଚଳାଇଥିବା ହଲାଣ୍ଡର ପ୍ରଫେସର ଆର୍ଲୋ ଗ୍ରିଫିଥ୍ସ ସୋଆ ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ୍ କଲ୍ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍) ପରିଦର୍ଶନ କରିବା ସହ ଗବେଷକ ମାନଙ୍କ ସହ ଆଲୋଚନା କରିଥିଲେ । ପ୍ରାଚୀନ ପକ୍ଷରୁ ପ୍ରକାଶିତ ହେଉଥିବା ସାରୋଳ ମହାଭାରଥର ପାଠ ଆଧାରିତ ତଥ୍ୟ ସମ୍ପର୍କରେ ଜାଣିବା ପାଇଁ ସେ ଅଧିକ ଆଗ୍ରହ ପ୍ରକାଶ କରିଥିଲେ । ପ୍ରଫେସର ଗ୍ରିଫିଥ୍ସ ଫ୍ରେଂଚ ସ୍କୁଲ୍ ଅଫ୍ ଏସିଆନ୍ ଷ୍ଟଡିଜ୍ରେ ଦକ୍ଷିଣ ପୂର୍ବ ଏସିଆ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି । ପ୍ରାଞ୍ଜଳ ଭାବେ ଓଡ଼ିଆ ଭାଷା କହିପାରୁଥିବା ତଥା ନିୟମିତ ଓଡ଼ିଶା ଆସୁଥିବା ପ୍ରଫେସର ଗ୍ରିଫିଥ୍ସ ମହାଭାରତ କାବ୍ୟକୁ ନେଇ ଗବେଷଣା କରୁଛନ୍ତି । ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ଭୁବନେଶ୍ୱର ଆସିଥିଲେ । ସେ ବର୍ତମାନ ଇଣ୍ଡୋନେସିଆରେ ଅବସ୍ଥାପିତ । ଏହି ଅବସରରେ ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ପ୍ରାଚୀନ୍ର ସାରୋଳ ମହାଭାରଥ ସମ୍ପାଦକ ମଣ୍ଡଳୀର ସଦସ୍ୟ ପ୍ରଫେସର ଗୈାରାଙ୍ଗ ଚରଣ ଦାସ, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଏବଂ ପ୍ରଫେସର ସନ୍ତୋଷ କୁମାର ରଥ ଉପସ୍ଥିତ ଥିଲେ ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା