The Topmost

“The eyes believe themselves, the ears believe other people.”

ଗୋଟିଏ ଇଞ୍ଜେକ୍ସନରେ ଭଲ ହେଉଛି ପୁରୁଣାରୁ ପୁରୁଣା ଅର୍ଶ ଓ ମଳକଣ୍ଟକ

ଅର୍ଶ ଓ ମଳକଣ୍ଟକ ଯୋଗୁ ରୋଗୀ ମାନେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିଲେ ମଧ୍ୟ ଏହି ରୋଗ ଭଲ ହେଉନାହିଁ । ତେବେ କୌଣସି ଅପରେସନ୍ କିମ୍ବା ମେଡ଼ିସିନ ନୁହେଁ ମାତ୍ର ଗୋଟିଏ ଇଞ୍ଜେକସନରେ ଭଲ ହେଉଛି ଅର୍ଶ ଓ ମଳକଣ୍ଟକ ରୋଗ । ପୁରୀର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସକସେସ୍ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଦୁଇ ଦିନିଆ ଚିକିତ୍ସା ଶିବିର ।

ଅର୍ଶ ଓ ମଳକଣ୍ଟକ ରୋଗରେ ପଡ଼ି ଯନ୍ତ୍ରଣା ଓ କଷ୍ଟ ଅନୁଭବ କରୁଥିବା ରୋଗୀମାନଙ୍କୁ ଉପଶମ ଦେଉଛି ଏହି ଅନୁଷ୍ଠାନ । ଏହି ଚିକିତ୍ସା ଶିବିରରେ ରୋଗୀମାନେ ଭାଗ ନେଇ ରୋଗରୁ ଉପଶମ ପାଉଥିବା ବେଳେ ସକସେସ୍ ଅନୁଷ୍ଠାନକୁ ମଧ୍ୟ ସଫଳତା ମିଳୁଛି । ମାତ୍ର ଗୋଟିଏ ଇଞ୍ଜେକସନରେ ରୋଗୀମାନେ ସାରା ଜୀବନ ଯନ୍ତ୍ରଣାରୁ ମୁକ୍ତି ପାଉଛନ୍ତି । ବଡ଼ଦାଣ୍ଡ ସ୍ଥିତ ନାୟକ ପ୍ଲାଜା ଠାରେ ଏହି ଚିକିତ୍ସା ଶିବିର ବର୍ଷକୁ ତିନି ଥର ଆୟୋଜନ ହେଉଥିବା ବେଳେ ରୋଗୀଙ୍କ ଅନୁରୋଧ କ୍ରମେ ଏହା ଏବେ ବର୍ଷକୁ ଚାରିଥର କରାଯାଉଛି । ଭାରତର ପ୍ରସିଦ୍ଧ ଅର୍ଶ ରୋଗ ବିଶେଷଜ୍ଞ ଡ଼ଃ ଅରବିନ୍ଦ ତିଓ୍ୱାରୀ ଏହି ଶିବିରରେ ଯୋଗ ଦେଇ ଓଡ଼ିଶା ତଥା ଭାରତର ବିଭନ୍ନ ପ୍ରାନ୍ତରୁ ଆସିଥିବା ରୋଗୀଙ୍କ ଚିକିତ୍ସା କରୁଛନ୍ତି । ଅର୍ଶ ଓ ମଳକଣ୍ଟକ ରୋଗରେ ପୀଡ଼ିତ ଥିବା ରୋଗୀମାନେ ବେଶ୍ ଉତ୍କଣ୍ଠାର ସହିତ ଏହି ଶିବିରକୁ ଅପେକ୍ଷା କରିଥିବା ବେଳେ ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି ଶିବିରରେ ଶହ ଶହ ରୋଗୀ ସାମିଲ ହୋଇ ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ସାମିଲ ହୋଇଛନ୍ତି । ଅନେକ ରୋଗୀ ଏହି ରୋଗରୁ ଉପଶମ ପାଉଥିବାରୁ ସକସେସ୍ ଅନୁଷ୍ଠାନର ଏଭଳି ଅଭିନବ ଚିକିତ୍ସାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

ପୁରୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକସେସ୍ ଆଜକୁ ଦୀର୍ଘ ୨୧ ବର୍ଷ ଧରି ଏହି ଚିକିତ୍ସା ଶିବିର ଆୟୋଜିତ କରିଆସୁଛି । ପୁରୀ ବଡ଼ଦାଣ୍ତରେ ଥିବା ହୋଟେଲ ନାୟକ ପ୍ଲାଜା ଠାରେ ଏହି ଶିବିର ଅନୁଷ୍ଠିତ ହେଉଛି । ବଲାଙ୍ଗୀର, ମୟୁରଭଞ୍ଜ, କଳାହାଣ୍ଡି, କୋରାପୁଟ, ବାଲେଶ୍ଵର, ଖୋର୍ଦ୍ଧା, ଯାଜପୁର, ଭୁବନେଶ୍ୱର, କଟକ, କେନ୍ଦ୍ରାପଡା ସହ ରାଜ୍ୟ ବାହାରରୁ ଅର୍ଥାତ୍ ଆନ୍ଧ୍ରପ୍ରଦେଶ ଏବଂ କଲିକତାରୁ ମଧ୍ୟ ଶହ ଶହ ରୋଗୀ ଏଠାରେ ସ୍ୱଳ୍ପ ଟଙ୍କାରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରୁଛନ୍ତି । ସେହିପରି ଚଳିତ ଥର ଆୟୋଜିତ ଏହି ଦୁଇ ଦିନିଆ ଶିବିରରେ ଦେଶ ବାହାରୁ ମଧ୍ୟ ରୋଗୀ ଆସିଥିବା ଦେଖିବାକୁ ମିଳିଛି । ତେବେ ସକସେସ୍ ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସକୁ ଡାକ୍ତର ଅରବିନ୍ଦ ତିୱାରୀ ବେଶ୍ ପ୍ରଶଂସା କରିଛନ୍ତି । ଭାଗ୍ୟରେ ଥିଲେ ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ଧାମରେ ଆସି ଏଭଳି ସେବା କରିବାର ସୁଯୋଗ ମିଳିଥାଏ ବୋଲି ସେ କହିଛନ୍ତି । ଏହି ରୋଗରେ ଯନ୍ତ୍ରଣା ଅନୁଭବ କରୁଥିବା ରୋଗୀ ମାନେ ଠିକ୍ ସମୟରେ ଖାଦ୍ୟ ଖାଇବା ସହ ପେଟକୁ ଖାଲି ନ ରଖିବା, ଆମିଷ ଓ ମସଲା ଜାତୀୟ ଖାଦ୍ୟ ଠାରୁ ଦୂରରେ ରହିବା ସହ ଚିକିତ୍ସା ପରେ ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟ କଲେ ଏହି ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଏ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।

SHARE BY