ବାରାଣସୀ ଗଞ୍ଜାରୀରେ ୪୫୧ କୋଟି ଟଙ୍କା ବିନିମୟରେ ହେବ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମ୍ । ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଶିଳାନ୍ୟାସ କରିବେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ସଚ୍ଚିନ ତେନ୍ଦୁଲକର, ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର ଓ ଅନ୍ୟ ଖେଳାଳି । ଗଞ୍ଜାରୀରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମ ସବୁଠୁ ନିଆରା ହେବ । କାରଣ ଭଗବାନ ଶିବଙ୍କ ସହ ଜଡିତ ବସ୍ତୁକୁ ନେଇ ଷ୍ଟାଡିୟମର ଥିମ୍ ପ୍ରସ୍ତୁତ କରାଯିବ । ଏହି ଷ୍ଟାଡିୟମ ନିର୍ମାଣ ପାଇଁ ୪୫୧ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହା ସବୁଠୁ ଅଲଗା ହେବ । କାରଣ ଷ୍ଟାଡିୟମର ବାହାରେ ଦେଖିବାକୁ ମିଳିବ ବିଶାଳ ତ୍ରିଶୂଳ । ଏଥିରେ ଫ୍ଲଡ ଲାଇଟ୍ ଲଗାଯିବ । ଷ୍ଟାଡିୟମର ମୁଖ୍ୟ ବିଲ୍ଡିଙ୍ଗକୁ ଶିବଙ୍କ ଡମ୍ବରୁ ଆକାରର ନିର୍ମାଣ କରାଯିବ । ସେହିପରି ଷ୍ଟାଡିୟମର ପ୍ରବେଶ ଦ୍ୱାରକୁ ବେଲପତ୍ର ଅକାରରେ ତିଆରି କରାଯିବ ।
“The eyes believe themselves, the ears believe other people.”
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ