The Topmost

“The eyes believe themselves, the ears believe other people.”

ହ୍ରଦର ସହର ଉଦୟପୁରରେ ଚର୍ଚ୍ଚିତ ରାଜକୀୟ ବିବାହ

ସେପ୍ଟେମ୍ବର ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ପରିଣୀତି ଓ ରାଘବ ଚଢାଙ୍କ ବାହାଘର । ଏଥିପାଇଁ ପ୍ରସ୍ତୁତି ପାଖାପାଖି ଶେଷ ହେବାକୁ ବସିଲାଣି । ହେଟେଲ ଠାରୁ ଆରମ୍ଭ କରି ସିକ୍ୟୁରିଟି, ସବୁକିଛି ପ୍ରସ୍ତୁତି ସରିଲାଣି । ବିବାହକୁ ରାଜକୀୟ କରିବାକୁ ଅତିଥିଙ୍କ ପାଇଁ ଖାସ୍ ବ୍ୟଞ୍ଜନ ପ୍ରସ୍ତୁତ କରାଯିବ । ବାହାଘର ଦିନ ପାଖେଇଆସୁ ଥିବାବେଳେ ପ୍ରସ୍ତୁତି ଜୋରଦାର ଚାଲିଛି । ସିକ୍ୟୁରିଟିକୁ ବଢାଇଦିଆଯାଇଛି । ଯେଉଁଠି ଦୁହିଁଙ୍କ ବିବାହ ଅନୁଷ୍ଠିତ ହେବ ସେଠିକାର ଡାଇନିଙ୍ଗକୁ ପୁରା କାଚରେ ବନାଯାଇଛି । ହ୍ରଦର ସହର ଉଦୟପୁରରେ ପୁଣିଥରେ ହେବାକୁ ଯାଉଛି ଚର୍ଚ୍ଚିତ ରାଜକୀୟ ବିବାହ । ପରିଣୀତି ଓ ରାଘବ ଚଡ୍ଢାଙ୍କ ବିବାହର ସାହାନାଇ ଶୁଣିବାକୁ ମିଳିବ । ନିଜ ବିବାହକୁ ସ୍ମରଣୀୟ କରିବାକୁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାଁନ୍ତି ଦୁହେଁ । ଏଥିପାଇଁ ସବୁଠାରୁ ଦାମୀ ହୋଟେଲ ବାଛିଛନ୍ତି । ଦି ଲୀଲା ପ୍ୟାଲେସକୁ ବାଛିଛନ୍ତି ।