ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛି । କ୍ରେଡିଟ କାର୍ଡ ନିୟମରେ ଆସୁଛି ଏକ ବଡ଼ ପରିବର୍ତ୍ତନ । ଆସନ୍ତା ଡିସେମ୍ବର ୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ନିକଟରେ ଷ୍ଟେଟ ବ୍ୟାଙ୍କ ତରଫରୁ ଆହୁରି କିଛି ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । କ୍ରେଡିଟ କାର୍ଡରେ ହେବାକୁ ଥିବା ପରିବର୍ତ୍ତନ ଗୁଡ଼ିକୁ ଏସବିଆଇ କାର୍ଡର ୱେବସାଇଯରେ ଅପଲୋଡ କରାଯାଇଛି ।
ଏହି ପରିବର୍ତ୍ତନ କ୍ରେଡିଟ କାର୍ଡ ୟୁଜରମାନଙ୍କ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ତେବେ ନୂଆ ନିୟମ ଅନୁସାରେ, ଡିସେମ୍ବର ପହିଲାରୁ ୪୮ କ୍ରେଡିଟ କାର୍ଡସ ଡିଜିଟାଲ ଗେମିଙ୍ଗ ପ୍ଲାଟଫର୍ମ/ମର୍ଚାଣ୍ଟ ସମ୍ବନ୍ଧିତ ଟ୍ରାଞ୍ଜାକ୍ସନ ଉପରେ ରିୱାର୍ଡ ପଏଣ୍ଟସ ମିଳିବ ନାହିଁ ।
ଏହାବ୍ୟତୀତ ଆହୁରି କିଛି ନିୟମରେ ମଧ୍ୟ ପରିବର୍ତ୍ତନ ଆଣିଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ତେବେ ଏହିସବୁ ନିୟମ ନଭେମ୍ବର ପହିଲାରୁ ଲାଗୁ କରାଯିବ ।
୫୦ ହଜାରରୁ ଅଧିକ ୟୁଟିଲିଟି ବିଲ୍ ପେମେଣ୍ଟରେ ସରଚାର୍ଜ: ଷ୍ଟେଟ ବ୍ୟାଙ୍କ କ୍ରେଡିଟ କାର୍ଡ ଜରିଆରେ ଷ୍ଟେଟମେଣ୍ଟ ସାଇକେଲରେ ୫୦ ହଜାର ଅଧିକରୁ ଟଙ୍କାର ୟୁଟିଲିଟି ବିଲ୍ ପେମେଣ୍ଟରେ ୧% ଅତିରିକ୍ତ ଚାର୍ଜ ଆଦାୟ କରାଯିବ । ତେବେ ୫୦ ହଜାର ଟଙ୍କାରୁ କମ୍ ୟୁଟିଲିଟି ବିଲ୍ ପେମେଣ୍ଟ ପାଇଁ କୌଣସି ଚାର୍ଜ ଆଦାୟ କରାଯିବ ନାହିଁ । ନଭେମ୍ବର ପହିଲାରୁ ୟୁଜର୍ସ ମାନଙ୍କ ଉପରେ ଏହି ନିୟମ ଲାଗୁ କରାଯିବ ।
ଫାଇନାନ୍ସ ଚାର୍ଜରେ ପରିବର୍ତ୍ତନ: ଶୌର୍ୟ୍ୟ / ପ୍ରତିରକ୍ଷା କ୍ରେଡିଟ୍ କାର୍ଡ ବ୍ୟତୀତ ଏସବିଆଇ ସମସ୍ତ ଅସୁରକ୍ଷିତ କ୍ରେଡିଟ୍ କାର୍ଡର ଆର୍ଥିକ ଚାର୍ଜକୁ ମଧ୍ୟ ବଦଳାଇ ଦେଇଛି । ବର୍ତ୍ତମାନ ଏସବିଆଇର ଅସୁରକ୍ଷିତ କ୍ରେଡିଟ କାର୍ଡରେ ୩.୭୫ ପ୍ରତିଶତ ଫାଇନାନ୍ସ ଚାର୍ଜ ଆଦାୟ କରାଯିବ। ନଭେମ୍ବର ୧, ୨୦୨୪ ରୁ ଏହି ନିୟମ ପ୍ରଯୁଜ୍ୟ ହେବ ।
SBi Credit Card New Changes:
- AURUM
- SBI Card ELITE
- SBI Card ELITE Advantage
- SBI Card Pulse
- SimplyCLICK SBI Card
- SimplyCLICK Advantage SBI Card
- SBI Card PRIME
- SBI Card PRIME Advantage
- SBI Card Platinum
- SBI Card PRIME Pro
- SBI Card Platinum Advantage
- Gold SBI Card
- Gold Classic SBI Card
- Gold Defense SBI Card
- Gold & More Employee SBI Card
- Gold & More Advantage SBI Card
- Gold & More SBI Card
- SimplySAVE SBI Card
- SimplySAVE Employee SBI Card
- SimplySAVE Advantage SBI Card
- Gold & More Titanium SBI Card
- SimplySAVE Pro SBI Card
- Krishak Unnati SBI Card
- SimplySAVE Merchant SBI Card
- SimplySAVE UPI SBI Card
- SIB SBI Platinum Card
- SIB SBI SimplySAVE Card
- KVB SBI Platinum Card
- KVB SBI Gold & More Card
- KVB SBI Signature Card
- Karnataka Bank SBI Platinum Card
- Karnataka Bank SBI SimplySAVE Card
- Karnataka Bank SBI Card PRIME
- Allahabad Bank SBI Card ELITE
- Allahabad Bank SBI Card PRIME
- Allahabad Bank SBI SimplySAVE Card
- City Union Bank SBI Card PRIME
- City Union Bank SimplySAVE SBI Card
- Central Bank SBI Card ELITE
- Central Bank SBI Card PRIME
- Central Bank SimplySAVE SBI Card
- UCO Bank SBI Card PRIME
- UCO Bank SimplySAVE SBI Card
- UCO Bank SBI Card ELITE
- PSB SBI Card ELITE
- PSB SBI Card PRIME
- PSB SBI SimplySAVE
- SHAURYA SELECT SBI Card
More Stories
ବାର୍ଷିକ ଆୟ ଶୁଣିଲେ ତାଜୁବ୍ ହୋଇଯିବେ..
ପୁରୁଷତ୍ବ ବଢେଇ ଥାଏ ଏହି ଡ୍ରିଙ୍କ୍
ଘର ଭିତରେ ବେଙ୍ଗ ଦେଖାଯିବାର ଲକ୍ଷଣ କଣ