The Topmost

“The eyes believe themselves, the ears believe other people.”

ମାମଲା ବିଚାର ପାଇଁ ଲାଗିଯିବ ପ୍ରାୟ ୫ ବର୍ଷ

ବହୁଚର୍ଚ୍ଚିତ ଲଖିମପୁର ଖେରି ମାମଲା । ଏହାର ବିଚାର ପାଇଁ ଲାଗିଯିବ ପ୍ରାୟ ୫ ବର୍ଷ । ନିମ୍ନ କୋର୍ଟର ବିଚାରପତିଙ୍କ ଠାରୁ ମିଳିଥିବା ରିପୋର୍ଟ ଆଧାରରେ ଏହା କହିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚାଲିଥିବାବେଳେ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରାଙ୍କ ପୁଅ ଆଶିଷ ଗାଡି ଚଢାଇଦେବା ନେଇ ହୋଇଥିଲା ଗୁରୁତର ଅଭିଯୋଗ । ଏହି ମାମଲାରେ ବି ଅନ୍ୟତମ ଅଭିଯୁକ୍ତ ଅଛନ୍ତି ଆଶିଷ । ସୁପ୍ରିମକୋର୍ଟ ନିକଟରେ ରିପୋର୍ଟ ଦାଖଲ କରି ଅତିରିକ୍ତ ଦୌରାଜଜ କହିଛନ୍ତି- ଏହି ମାମଲାରେ ୨୦୮ ଜଣ ସାକ୍ଷୀ ଥିବାବେଳେ ୧୭୧ଟି ନଥି ଓ ୨୭ଟି ଫରେନସିକ ସାଇନସ୍ ଲାବରେଟୋରୀ ରିପୋର୍ଟ ରହିଛି । ମାମଲାର ଅଗ୍ରଗତି ନେଇ ସୁପ୍ରିମକୋର୍ଟ ରିପୋର୍ଟ ତଲବ କରିବା ପରେ ଏହି ରିପୋର୍ଟ ଦାଖଲ ହୋଇଛି । ଏସବୁକୁ ଯାଞ୍ଚ କରିବା ସହ ମାମଲାର ବିଚାର ଶେଷ ଲାଗି ୫ ବର୍ଷ ଲାଗିବ ବୋଲି କହିଛନ୍ତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ନେଇ ଗଠିତ ଖଣ୍ଡପୀଠ ।