ଆଜି ଅର୍କକ୍ଷେତ୍ରରେ ସର୍ବଭାରତୀୟ ହକି କନକ୍ଲେଭ୍ । ବିଶ୍ବକପକୁ ମଝିରେ ଆଉ ୨ଦିନ ବାକିଥିବା ବେଳେ କୋଣାର୍କରେ ହେଉଛି ହକି କନକ୍ଲେଭ । ଯେଉଁଥିରେ ଯୋଗଦେଉଛନ୍ତି ସାରା ଦେଶର ହକି କିମ୍ବଦନ୍ତୀ । ୧୯୭୫ ବିଶ୍ବକପରେ ସ୍ବର୍ଣ୍ଣ ଜିତିଥିବା ଭାରତୀୟ ଟିମରେ ରହିଥିବା ସଦସ୍ୟଙ୍କ ସହ ସମସ୍ତ ରାଜ୍ୟ ହକି ଫେଡରେସନର ସଭାପତି ଓ ସେକ୍ରେଟାରୀ ସାମିଲ ହେବେ । ହକି ଇଣ୍ଡିଆର ପଦାଧିକାରୀ ମଧ୍ୟ କନକ୍ଲେଭରେ ଯୋଗଦେବେ । ଏଥିରେ ହକିର ବିକାଶ ନେଇ ଆଲୋଚନା କରାଯିବ । ବିଶେଷ କରି ମର୍ଡନ ହକିକୁ ନେଇ ହେବ ଚର୍ଚ୍ଚା । କଣ କଲେ ହକି ଖେଳର ଲୋକପ୍ରିୟତା ବଢିବ ସେନେଇ ମଧ୍ୟ ଆଲୋଚନା କରାଯିବ । ସମସ୍ତଙ୍କୁ ବିଶ୍ବକପରେ ସାମିଲ କରାଯାଉଛି । ଟୁର୍ଣ୍ଣାମେଣ୍ଟ ଆୟୋଜନରେ ଓଡ଼ିଶା ସହ ବିଶ୍ବ ରହିଛି । କନକ୍ଲେଭ ଜରିଆରେ ବିଶ୍ବକୁ ଏହି ବାର୍ତ୍ତା ପ୍ରଦାନ କରାଯିବ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍