The Topmost

“The eyes believe themselves, the ears believe other people.”

ଅନେକ ସାମଗ୍ରୀ ଉପରେ ବଢିବ ଆମଦାନୀ ଶୁଳ୍କ

ଫେବୃଆରୀ ୧ରେ ଚଳିତ ବର୍ଷ ପାଇଁ ହେବ ସାଧାରଣ ବଜେଟ୍ ଉପସ୍ଥାପନା । ଚଳିତ ଥର ଅନେକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢିବାର ସମ୍ଭାବନା ରହିଛି । ସୂଚନା ମୁତାବକ, ୩୫ରୁ ଅଧିକ ସାମଗ୍ରୀ ଉପରେ ଟ୍ୟାକ୍ସ ବଢିପାରେ । ଯେଉଁଥିରେ ପ୍ରାଇଭେଟ୍ ଜେଟ୍, ହେଲିକପ୍ଟର, ଇଲେକ୍ଟ୍ରୋନିକ୍ସ ସମାଗ୍ରୀ, ପ୍ଲାଷ୍ଟିକ୍ ସାମଗ୍ରୀ, ଜୁଏଲାରୀ, ହାଇ-ଗ୍ଲାସ୍ ପେପର୍ ଓ ଭିଟାମିନ୍ ମଧ୍ୟ ସାମିଲ ରହିଛି । ଆମଦାନୀ କମ୍ ଏବଂ ଉତ୍ପାଦନ ବଢାଇବା ପାଇଁ ଏହି ସବୁ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢିବାର ସମ୍ଭାବନା ରହିଛି । ଏପରି କଲେ ଆତ୍ମନିର୍ଭର ଭାରତ ମିଶନ ଅଧିକ ସଶକ୍ତ ହେବ ବୋଲି ମତ ଦେଇଛନ୍ତି ସରକାର । ଆଇଏଫଏମ୍ ର ଚେତାବନୀ ଅନୁଯାୟୀ ଚଳିତ ବର୍ଷ  ସାରା ଦୁନିଆରେ ମାନ୍ଦାବସ୍ଥା ଦେଖାଦେଇପାରେ । ଯେଉଁଥିରେ ଆମେରିକା ସହ ୟୁରୋପର ଅନେକ ଦେଶ ସାମିଲ ରହିଛି । ଏହି ମାନ୍ଦାବସ୍ଥା ଭାରତ ଉପରେ ମଧ୍ୟ ପଡିପାରେ । କାରଣ ବିକଶିତ ଦେଶଗୁଡିକରେ ମାନ୍ଦାବସ୍ଥା ଦେଖାଦେଲେ ଏହାର ପ୍ରଭାବ ଭାରତର ଏକ୍ସପୋର୍ଟ ଉପରେ ପଡିବାର ଆଶଙ୍କା ରହିଛି ।