ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ରାହୁଲଙ୍କ ଭାରତ ଯୋଡ ଯାତ୍ରା ପରେ ନିତୀଶ କୁମାର ମଧ୍ୟ ସାରା ଦେଶ ବୁଲିବେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ରାଜ୍ୟରେ ‘ସମାଧାନ ଯାତ୍ରା’ ଚଳାଇଛନ୍ତି । ଏହି କ୍ରମରେ ସେ ଆଜି ପଶ୍ଚିମ ଚମ୍ପାରଣରେ ସଭା କରୁଛନ୍ତି । ଏହି ସଭାରେ ନୀତିଶ କୁମାର ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବଜେଟ ଅଧିବେଶନ ପରେ ସେ ସାରା ଭାରତ ଯାତ୍ରା କରିବାକୁ ବାହାରିବେ । ଏହାର ଅର୍ଥ ହେଉଛି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ବିରୋଧୀଦଳମାନଙ୍କୁ ଏକାଠି କରିବାକୁ ନୀତିଶ ଯୋଜନା କରିଥିବା ଅନୁମାନ କରାଯାଇଛି । ଏହି ଯାତ୍ରା କ୍ରମରେ ସାରା ଦେଶରେ ଥିବା ବିରୋଧୀଦଳ ନେତାମାନଙ୍କ ସହ ନୀତିଶ କୁମାର ବୈଠକ କରିବେ ।
“The eyes believe themselves, the ears believe other people.”
More Stories
16 ଜିଲ୍ଲାକୁ ସଭାପତି ଘୋଷଣା କଲା ବିଜେଡି
ପୁରୀରେ ଚାଲିଛି ନଡ୍ଡାଙ୍କ ପାଠଶାଳା
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି