The Topmost

“The eyes believe themselves, the ears believe other people.”

ରେଳବାଇ ତିଆରି କରୁଛି ପେଟ୍ ଫ୍ରେଣ୍ଡଲି କୋଚ୍

ଏଣିକି ଟ୍ରେନରେ ବି ଯାଇପାରିବେ କୁକୁର । ରେଳବାଇ ତିଆରି କରୁଛି ପେଟ୍ ଫ୍ରେଣ୍ଡଲି କୋଚ୍ । ତେବେ ଉତ୍ତର-ପୂର୍ବ ରେଳବାଇ ଏଭଳି ଯାତ୍ରୀଙ୍କ ପାଇଁ ଏକ ଖୁସୀ ଖବର ଆଣିଛନ୍ତି । ଉତ୍ତର-ପୂର୍ବ ରେଳବାଇ ପୋଷା କୁକୁରଙ୍କ ପାଇଁ ତା’ର ପାୱାରେ କ୍ୟାରେଜ ମଡେଲରେ ପରିବର୍ତ୍ତନ କରିବ । ନୂଆ କ୍ୟାରେଜରେ କୁକୁରଙ୍କ ପାଇଁ ପିଞ୍ଜରା ରହିବ । ଯେଉଁଥିରେ ଯାତ୍ରୀ ତାଙ୍କ ପୋଷା କୁକୁରଙ୍କୁ ଛାଡିବେ । ଏହି କୁକୁରଙ୍କ ଯତ୍ନ ଟ୍ରେନରେ ଥିବା ଗାର୍ଡ୍ ନେବେ । ତେବେ ଯାତ୍ରୀଙ୍କୁ କୁକୁରଙ୍କ ଖାଦ୍ୟ ଦେବାକୁ ପଡିବ । ଉତ୍ତର-ପୂର୍ବ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ପଂକଜ କୁମାର ସିଂ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ।