ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ । ରାଜସ୍ଥାନର ପାଲିରେ ସୋମବାର ଏହି ଘଟଣା ଘଟିଛି । ଯେଉଁଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବହା ସୂଚନା ରହିଛି । ତେବେ ଟ୍ରେନ୍ ବାନ୍ଦ୍ରା ଟର୍ମିନାଲରୁ ଯୋଧପୁର ଅଭିମୁଖେ ଯାଉଥିଲା । ସେପଟେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ମିଳିନଥିବା କହିଛନ୍ତି ଉତ୍ତର-ପଶ୍ଚିମ ରେଲୱେ ଅଧିକାରୀ । ସୋମବାର ଭୋର୍ ସମୟରେ ଯୋଧପୁର କ୍ଷେତ୍ରର ରାଜକିୟାବାସ-ବୋମଦରା ସେକ୍ସନ ମଧ୍ୟରେ ଟ୍ରେନଟି ଲାଇନଚ୍ୟୁତ ହୋଇଯାଇଥିଲା । ଉଦ୍ଧାରକାରୀ ଟିମ୍ ଦୁର୍ଘଟଣାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣା ପରେ ପ୍ରାୟ ୧୨ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିଲା । ଏହାସହ ୨ଟି ଟ୍ରେନକୁ ବାତିଲ କରାଯାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍