ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମମତାଙ୍କ ପ୍ରଶଂସା । ମା’ଙ୍କ ମୃତ୍ୟୁ ସତ୍ୱେ ନିର୍ଦ୍ଧାରିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ମା ହୀରାବେନଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ସମବେଦନା ଜଣାଇଛନ୍ତି । ଏଭଳି ଦୁଃଖ ସମୟରେ ସମସ୍ତେ ତାଙ୍କ ସହ ରହିଛନ୍ତି ବୋଲି କହିଛନ୍ତି । ମା’ଙ୍କଠାରୁ ଆଉ କେହି ବଡ ନୁହେଁ ବୋଲି ମମତା କହିଛନ୍ତି । ଅନ୍ତିମ ସଂସ୍କାର ସାରି ପ୍ରଧାନମନ୍ତ୍ରୀ ଫେରିଥିବାରୁ ସରକାରୀ କାର୍ଯ୍ୟକ୍ରମକୁ ଛୋଟିଆ ରଖିବାକୁ ମମତା ମୋଦୀଙ୍କୁ ନିବେଦନ କରିଥିଲେ । ଆଜି ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ୭,୮୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ସହ ବନ୍ଦେ ଭାରତ ଏକ୍ସପ୍ରେସକୁ ଗ୍ରୀନ ସିଗନାଲ ଦେଖାଇଛନ୍ତି । ମୋଦୀ ଭିଡିଓ କନଫରେନସିଂ ଜରିଆରେ ଯୋଡି ହୋଇଥିବାରୁ ମମତା ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି