ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ବା ଏନଆଇଏ ପ୍ରତିବନ୍ଧ ଲାଗିଥିବା ଫିଏଫଆଇର କିଛି ନେତାଙ୍କ ଘରେ ରେଡ୍ । କେରଳର ୨୮ଟି ସ୍ଥାନରେ ସକାଳୁ ରେଡ୍ ହୋଇଛି । ପିଏଫଆଇ ନେତାମାନେ ସଂଗଠନକୁ ଅନ୍ୟନାମରେ ସଂଗଠିତ କରିବାକୁ ଯୋଜନା କରୁଛନ୍ତି । ତେଣୁ ଏହିଭଳି ଘଟଣାକୁ ରୋକିବାକୁ ରେଡ୍ କରାଯାଇଛି । ଏର୍ଣ୍ଣାକୁଲମର ୮ଟି ସ୍ଥାନ, ତିରୁଅନନ୍ତପୂରମର ୬ଟି ପରିସରରେ ରେଡ କରାଯାଉଛି । ଏନଆଇଏ ଏହି ରେଡ୍ ଭୋରରୁ ଆରମ୍ଭ କରିଛି । ୨୦୦୬ ମସିହାରେ କେରଳରେ ପିଏଫଆଇର ଗଠନ ହୋଇଥିଲା । ୨୦୦୯ରେ ଏହା ଏକ ରାଜନୈତିକ ମୋର୍ଚ୍ଚା ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ୍ ଇଣ୍ଡିଆର ଗଠନ କରିଥିଲା ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ