ବୁଷ୍ଟର ଡୋଜ ନେଇଥିବା ବ୍ୟକ୍ତି ନାଜାଲ ଭାକ୍ସିନ ନେଇପାରିବେ ନାହିଁ । ଏନେଇ ସୂଚନା ଦେଇଛନ୍ତି ଭାକ୍ସିନ ଟାସ୍କଫୋର୍ସ ମୁଖ୍ୟ ଡାକ୍ତର ଏନକେ ଅରୋରା । ଗତ ସପ୍ତାହରେ କୋଓ୍ୱିନ ପୋର୍ଟାଲରେ ନାଜାଲ ଭାକ୍ସିନ ଇନକୋଭାକ ଉପଲବ୍ଧ ହୋଇଛି । ସେ କହିଛନ୍ତି, ପ୍ରଥମ ବୁଷ୍ଟର ଡୋଜ ଭାବେ ଇନକୋଭାକକୁ ମଞ୍ଜୁରୀ ଦିଆଯାଇଛି । ଯଦି ଜଣେ ବ୍ୟକ୍ତି ବୁଷ୍ଟର ନେଇଛନ୍ତି ତେବେ ତାଙ୍କ ଲାଗି ନାଜାଲ ଭାକ୍ସିନକୁ ସୁପାରିସ କରାଯାଇପାରିବ ନାହିଁ । ବର୍ତ୍ତମାନ ସୁଦ୍ଧା ଯେଉଁମାନେ ସତର୍କତାମୂଳକ ଡୋଜ ନେଇନାହାନ୍ତି ସେମାନଙ୍କ ଲାଗି ହିଁ ନାଜାଲ ଭାକ୍ସିନ ସୁପାରିସ କରାଯାଇପାରିବ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ