The Topmost

“The eyes believe themselves, the ears believe other people.”

ଦେଶରେ ସାପ୍ତାହିକ ସଂକ୍ରମଣରେ ୧୧ ପ୍ରତିଶତ ବୃଦ୍ଧି

ଚୀନ୍ ସମେତ କେତେକ ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଭାରତରେ ସଂକ୍ରମଣ କମ୍ ରହୁଥିଲେ ମଧ୍ୟ ଦୀର୍ଘ ଦୁଇ ମାସ ପରେ ସାପ୍ତାହିକ ସଂକ୍ରମଣରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି । ଗତ ରବିବାର ଶେଷ ହୋଇଥିବା ସପ୍ତାହରେ ଦେଶରେ ମୋଟ୍ ସଂକ୍ରମଣ ମାମଲା ୧୨୧୯ ରହିଥିଲା । ଏହାର ପୂର୍ବ ସପ୍ତାହରେ ସଂକ୍ରମଣ ମାମଲା ୧୧୦୩ ଥିଲା । ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ, ହିମାଚଳପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ସମେତ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ସାପ୍ତାହିକ ସଂକ୍ରମଣ ମାମଲା ବୃଦ୍ଧି ହୋଇଛି । ଚୀନରେ କରୋନା ସଂକ୍ରମଣ ବୃଦ୍ଧି ଭୟ ବଢାଇବା ପରେ ଦେଶରେ ଟେଷ୍ଟିଂ ବୃଦ୍ଧି ପାଇଛି । ଏଥିପାଇଁ ସଂକ୍ରମଣରେ ସାମାନ୍ୟ ବୃଦ୍ଧି ହୋଇଥିବା କୁହାଯାଉଛି ।