ଥଣ୍ଡାରେ ଥରୁଛି ପୂରା ଉତ୍ତର ଭାରତ। ରାଜଧାନୀ ଦିଲ୍ଲୀରେ ଶୀତ ସାଙ୍ଗକୁ ଘନ କୁହୁଡିର ଆସ୍ତରଣ । ଆଜି ପୂରା କୁହୁଡି କବଳରେ ରହିଛି ଦିଲ୍ଲୀ ଏନ୍ସିଆର । ଘନ କୁହୁଡି ଯୋଗୁଁ ରାସ୍ତାଘାଟ ଭଲଭାବେ ଦୃଶ୍ୟମାନ ହେଉନାହିଁ । ଫଳରେ ଗାଡିଗୁଡିକର ଗତି ଧିମା ହୋଇଯାଇଛି । ଆସନ୍ତା ୨ ଦିନ ଯାଏ ଶୀତଲହରି ଓ ଥଣ୍ଡାରୁ ତ୍ରାହି ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି । ଦିଲ୍ଲୀରେ ତାପମାତ୍ରା ୫ ଡିଗ୍ରୀକୁ ଖସିଆସିଛି । ଫଳରେ ପ୍ରବଳ ଶୀତରେ ଥରୁଛି ପୂରା ରାଜଧାନୀ । ସେପଟେ ପ୍ରବଳ ଥଣ୍ଡା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଅନେକ ସ୍ଥାନରେ କୁହୁଡି ଯୋଗୁ ଦୁର୍ଘଟଣା ମଧ୍ୟ ଘଟୁଛି । ସେପଟେ ଶୀତକୁ ଦୃଷ୍ଟିରରେ ରଖି ଉତ୍ତରପ୍ରଦେଶର ୭ଟି ଜିଲ୍ଲାରେ ସ୍କୁଲ ବନ୍ଦ କରାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ