The Topmost

“The eyes believe themselves, the ears believe other people.”

କଂଗ୍ରେସ ନେତୃତ୍ବ ଉପରେ ବର୍ଷିଲେ ସୁର

ଉତ୍ତର ରଖିଲେ ସୁରେଶ ରାଉତରାୟ । ଦଳୀୟ କାରଣଦର୍ଶାଅ ନୋଟିସର ଉତ୍ତର ରଖିଲେ କଂଗ୍ରେସ ବିଧାୟକ । ସେ ତାଙ୍କ ଉତ୍ତର ଶୃଙ୍ଖଳା କମିଟି ଅଧ୍ୟକ୍ଷଙ୍କୁ ଦେଇଥିବା କହିଛନ୍ତି । କୌଣସି ଭୁଲ୍ ନକରି ଦଳ ତାଙ୍କୁ କାରଣଦର୍ଶାଅ ନୋଟିସ୍ ଦେଇଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ କଂଗ୍ରେସ ନେତୃତ୍ବ ଉପରେ ବର୍ଷିଛନ୍ତି । ତାଙ୍କୁ ବାରମ୍ବାର ନୋଟିସ୍ କରି ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସେ କହିଛନ୍ତି । ଏନେଇ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ସେ ଜଣାଇବେ । ୱାର୍ଡ ମେମ୍ବର ଜିତିନଥିବା ନେତା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ତାଙ୍କୁ କାରଣଦର୍ଶାଅ ନୋଟିସ ଦେଇଥିବାରୁ ସେ ରାଜ୍ୟ କଂଗ୍ରେସ ନେତାଙ୍କ ଉପରେ ବର୍ଷିଛନ୍ତି ।