ରେଳବାଇ ପ୍ରକଳ୍ପ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କର ପରିବାରର ସଦସ୍ୟମାନଙ୍କ ବିରୋଧରେ ‘ସିବିଆଇ’ ପୁଣି ତଦନ୍ତ ଆରମ୍ଭ କରିଛି । ‘ଉପା-୧’ ସରକାରରେ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବା ରେଳବାଇ ପ୍ରକଳ୍ପ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଉଠିଥିବା ବେଳେ ଏହି ଦୁର୍ନୀତି ମାମଲାର ପ୍ରାରମ୍ଭିକ ତଦନ୍ତ ଆରମ୍ଭ ହୋଇଥିଲା । କିନ୍ତୁ, ଏହି ଅଭିଯୋଗ ଉପରେ କୌଣସି ମାମଲା କରାଯାଇ ନ ଥିବା କଥା ‘ସିବିଆଇ’ କହିଥିବା ଦର୍ଶାଇ ୨୦୨୧ ମେ’ରେ ତଦନ୍ତ ବନ୍ଦ କରି ଦିଆଯାଇଥିଲା। ଲାଲୁ ଯାଦବଙ୍କ ବ୍ୟତୀତ ତାଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ, କନ୍ୟା ଚନ୍ଦା ଓ ରାଗିଣୀ ମଧ୍ୟ ଏହି ମାମଲାର ଅଭିଯୁକ୍ତ ଅଟନ୍ତି । ଏହି ମାମଲାରେ ଅଭିଯୋଗ କରାଯାଇଛି କି, ଲାଲୁ ଯାଦବ ପ୍ରମୁଖ ରିୟଲ୍ ଇଷ୍ଟେଟ୍ ‘ଡିଏଲ୍ଏଫ୍ ଗ୍ରୁପ୍’ଠାରୁ ଲାଞ୍ଚ ଆକାରରେ ଦକ୍ଷିଣ ଦିଲ୍ଲୀରେ ଗୋଟିଏ ବଙ୍ଗଳା ଗ୍ରହଣ କରିଥିଲେ । ‘ଡିଏଲ୍ଏଫ୍ ଗ୍ରୁପ୍’ ମୁମ୍ବାଇର ବାନ୍ଦ୍ରାରେ ରେଳ ଜମି ଲିଜ୍ ପ୍ରକଳ୍ପ ଏବଂ ନୂଆଦିଲ୍ଲୀ ରେଳ ଷ୍ଟେସନ୍ ନବୀକରଣ କାର୍ଯ୍ୟ ନେବାକୁ ଆଗ୍ରହୀ ଥିଲା।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ