ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ପୁଣି ଚର୍ଚ୍ଚା । ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଘନେଇ ଥିବାବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଚର୍ଚ୍ଚା ସୃଷ୍ଟି କରିଛି । ରାହୁଲ କହିଛନ୍ତି, ଚୀନ ଏବଂ ପାକିସ୍ଥାନ ଏକାଠି ହୋଇଯାଇଛନ୍ତି, ଯେବେ ବି କିଛି ଯୁଦ୍ଧ ହେଉ ତାହା ଗୋଟିଏ ଦେଶରୁ ନୁହେଁ ଦୁଇ ଦେଶ ପକ୍ଷରୁ ହେବ । ଭାରତର ସ୍ଥିତି ଏବେ ଦୁର୍ବଳ ରହିଛି ଏବଂ ଯଦି ଏପରି ଯୁଦ୍ଧ ହୁଏ ତେବେ ଦେଶକୁ ବହୁତ କ୍ଷତି ସହିବାକୁ ପଡ଼ିବ । ନିକଟରେ ଭାରତୀୟ ସେନା ଏବଂ ଚୀନ ସେନା ମଧ୍ୟରେ ଅରୁଣାଚଳ ତୱାଙ୍ଗଠାରେ ସୀମା ସଂଘର୍ଷ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଅନ୍ୟପଟେ ଭାରତଯୋଡ଼ ଯାତ୍ରା ସମୟରେ ଭାରତୀୟ ସେନାର ପୂର୍ବ ଅଧିକାରୀଙ୍କ ସହ ରାହୁଲ ଗାନ୍ଧି ବାର୍ତାଳାପ କରିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍