କୋଭିଡର ସମସ୍ତ ରେକର୍ଡ ଭାଙ୍ଗିପାରେ ଚୀନ୍ । ଏବେ ଚାଲିଥିବା ସଂକ୍ରମଣ ଲହର ସପ୍ତାହକରେ ଶୀର୍ଷ ଛୁଇଁବ । ଯାହାକି ଆକଳନ କରିଛି ଗ୍ଲୋବାଲ ହେଲଥ୍ ଇଣ୍ଟେଲିଜେନ୍ସ ସଂସ୍ଥା ଏୟାରଫିନିଟି । ଚଳିତ ସପ୍ତାହରେ ଦିନକରେ ପ୍ରାୟ ୩ କୋଟି ୭୦ ଲକ୍ଷ ଲୋକ କୋଭିଡରେ ସଂକ୍ରମିତ ହୋଇପାରନ୍ତି । ଚୀନରେ ବର୍ତ୍ତମାନ ଚାଲିଥିବା ଲହର ଓ ଏବଂ ଜାନୁଆରୀରେ ଆସିବାକୁ ଥିବା ପରବର୍ତ୍ତୀ ଲହର ବିଶ୍ୱରେ କରୋନାର ସବୁ ରେକର୍ଡ ଭାଙ୍ଗିଦେବ ବୋଲି କୁହାଯାଉଛି । ଚୀନରେ ଏବେ ଦୈନିକ ୧୦ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ଦୈନିକ ପ୍ରାୟ ୫ ହଜାର ଲୋକଙ୍କ ମୃତ୍ୟୁ ହେଉଛି । ତେବେ ସରକାରୀ ଭାବେ ଏହି ରିପୋର୍ଟକୁ ସ୍ୱୀକାର କରାଯାଇନାହିଁ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ