The Topmost

“The eyes believe themselves, the ears believe other people.”

ନୂଆ ବର୍ଷରେ ଶେଷ ହେବ ଯୁଦ୍ଧ !

ଶେଷ ହେବ ଋଷ-ୟୁକ୍ରେନ ଯୁଦ୍ଧ ! ୧୦ ମାସରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିବା ମହାଯୁଦ୍ଧର ହେବ ପରିସମାପ୍ତି । କୁଟନୈତିକ ଆଲୋଚନାରେ ସଂଘର୍ଷ ଶେଷ କରିବାକୁ ଋଷ ଚାହେଁ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି । ଋଷ ଗଣମାଧ୍ୟମକୁ ସମ୍ବୋଧନ କରି ଯୁଦ୍ଧ ଶେଷ କରିବା ନେଇ ସଙ୍କେତ ଦେଇଛନ୍ତି ପୁଟିନ । ପୂର୍ବରୁ କିନ୍ତୁ ଜେଲେନସ୍କି କହିଥିଲେ ଆମେ ନଇଁବୁ ନାହିଁ । ଆମେରିକା ଗସ୍ତରେ ଆସିଥିବା ୟୁକ୍ରେନ୍ ରାଷ୍ଟ୍ରପତି ଏଭଳି ମନ୍ତବ୍ୟ ରଖିଥିଲେ । ସେପଟେ ରକ୍ତପାତ ବନ୍ଦ କରିବାକୁ ଋଷ ଚାହେଁ । ଏଥିପାଇଁ ପୂର୍ବରୁ ପ୍ରୟାସ ଜାରି ରହିଥିବା ବେଳେ ଏବେ ବି ଋଷ ଚେଷ୍ଟା କରୁଛି ବୋଲି ପୁଟିନ କହିଛନ୍ତି । ଏହାସହ ୟୁକ୍ରେନକୁ ଆମେରିକା ଯୋଗାଉଥିବା ପେଟ୍ରିୟଟ ଏୟାର ଡିଫେନ୍ସ ସିଷ୍ଟମର ମୁକାବିଲା ଲାଗି ଋଷ ସକ୍ଷମ ବୋଲି ପୁଟିନ କହିଛନ୍ତି । ସେପଟେ ଋଷ-ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ୟୁକ୍ରେନକୁ ସହଯୋଗ ଜାରି ରଖିବା ଆବଶ୍ୟକ ବୋଲି ନାଟୋ ମହାସଚିବ କହିଛନ୍ତି ।