The Topmost

“The eyes believe themselves, the ears believe other people.”

କାଲି ଆଇପିଏଲ୍ ନିଲାମୀ

ଆଇପିଏଲର ୧୬ତମ ସଂସ୍କରଣ ପାଇଁ କୋଚିରେ କାଲି ହେବ ନିଲାମୀ । ସମସ୍ତ ୧୦ଟି ଯାକ ଫ୍ରାଂଚାଇଜି ୪୦୫ ଜଣ ଖେଳାଳିଙ୍କ ପାଇଁ ନିଲାମ ଡାକିବେ । ସେଥିମଧ୍ୟରୁ ୨୭୩ ଜଣ ଭାରତୀୟ ଖେଳାଳି ଏବଂ ୧୨୩ ଜଣ ବିଦେଶୀ ଖେଳାଳି ରହିଛନ୍ତି । ୧୨୩ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ୪ଜଣ ଆସୋସିଏଟ୍ ଦେଶର ରହିଛନ୍ତି । ମୋଟ ୧୧୯ ଜଣ କ୍ୟାପ୍ଡ ଏବଂ ୨୮୨ ଜଣ ଅନକ୍ୟାପ୍ଡ ଖେଳାଳି ନିଲାମରେ ସାମିଲ ହେବେ । ନିଲାମରେ ସବୁ ଟିମ୍ ମୋଟ ୮୭ ଜଣ ଖେଳାଳିଙ୍କୁ କିଣିପାରିବେ । ଆଫଗାନିସ୍ତାନର ଆଲ୍ଲା ମହମ୍ମଦ ଗଜନଫର ସବୁଠାରୁ କନିଷ୍ଠ କ୍ରିକେଟର ଭାବେ ନିଲାମରେ ସାମିଲ ହେବେ । ସେହିପରି ୪୦ ବର୍ଷୀୟ ଅମିତ୍ ମିଶ୍ରା ସବୁଠାରୁ ବୟୋଜ୍ୟେଷ୍ଠ କ୍ରିକେଟର୍ ଭାବେ ନିଲାମ ପ୍ରକ୍ରିୟାରେ ସାମିଲ ହେବେ ।