The Topmost

“The eyes believe themselves, the ears believe other people.”

ଆମେରିକା ଯିବେ ଜେଲେନସ୍କି !

ଆଜି ଆମେରିକା ଗସ୍ତ କରିପାରନ୍ତି ୟୁକ୍ରେନ ରାଷ୍ଟ୍ରପତି । ଗସ୍ତକାଳରେ ଓ୍ବାଶିଂଟନ ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଆମେରିକୀୟ କଂଗ୍ରେସର ଏକ ବୈଠକରେ ବି ସେ ଯୋଗଦେବା ସମ୍ଭାବନା ରହିଛି । ଗତ ଫେବ୍ରୁଆରୀ ୨୪ ତାରିଖ ଯୁଦ୍ଧ ଆରମ୍ଭ ପରଠାରୁ ଏହା ହେବ ଜେଲେନସ୍କିଙ୍କ ପ୍ରଥମ ଆମେରିକା ଗସ୍ତ । ୟୁକ୍ରେନ ଉପରେ ଋଷର ଭୟାନକ ଆକ୍ରମଣ ଜାରି ରହିଥିବା ବେଳେ ୟୁକ୍ରେନକୁ ଅତିଶକ୍ତିଶାଳୀ ପାଟ୍ରିୟଟ ମିସାଇଲ ଯୋଗାଣ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବା ସମ୍ଭାବନା ରହିଛି । ସେପଟେ ୟୁକ୍ରେନକୁ ଫ୍ରାନ୍ସ ରକେଟ ଲଞ୍ଚର ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରଦାନ କରିଛି ।