The Topmost

“The eyes believe themselves, the ears believe other people.”

ରିହାତି ଦରରେ ଭାରତକୁ ତେଲ ବିକିବ ରୁଷ୍‌

ରୁଷ୍ ରୁ ତେଲ କିଣି ଭାରତ ହେବ ଉପକୃତ । ରିହାତି ଦରରେ ଭାରତକୁ ତେଲ ବିକିବାକୁ ରୁଷ୍‌ ର ଉଦ୍ୟମ । ଆନ୍ତର୍ଜାତିକ ବଜାରରେ ଅଶୋଧିତ ‌ତୈଳ ଦର ୮୦ ଡଲାର ତଳକୁ ଖସିଛି । ରୁଷ୍‌ ଏହାର ତେଲକୁ ୬୦ ଡଲାରରୁ କମ୍ ଦାମ୍‌ରେ ଭାରତକୁ ବିକ୍ରି କରିବା ଲାଗି ଚାହୁଛି । ଏହା ହେଲେ ଭାରତ ଉପକୃତ ହେବ । ରୁଷ୍‌ରୁ ଭାରତ ଯେଉଁ ତେଲ ମଗାଇବାର ବରାଦ ଦେଇଛି ତାହା ବ୍ୟାରେଲ ପିଛା ୪୯ ଡଲାରରେ ଉପଲବ୍ଧ ହେବ । ସେପଟେ ରୁଷ୍‌ ତେଲ କାରବାର ଉପରେ ଜି୨୦ ରାଷ୍ଟ୍ର କଟକଣା ଲଗାଇବା ପରେ ରୁଷ୍‌ର ଚିନ୍ତା ବଢ଼ିଯାଇଛି । ଭାରତ ତେଲ କିଣିବାରେ ଏକ ବଡ଼ ରାଷ୍ଟ୍ର ଏବଂ ରୁଷ୍ ସହ ଭଲ ସମ୍ପର୍କ ମଧ୍ୟ ରହିଛି । ତେଣୁ ଯଥା ସମ୍ଭବ ରିହାତି ଦାମ୍‌ରେ ଭାରତକୁ ତେଲ ବିକିବା ଲାଗି ରୁଷ୍‌ ଉଦ୍ୟମ କରୁଛି । ଦରକାର ପଡ଼ିଲେ ସମୁଦ୍ର ପଥରେ ତେଲ ପଠାଇବା ଲାଗି ଭାରତ ଦରକାର କରୁଥିବା ସବୁ ପ୍ରକାର ସାହାଯ୍ୟ କରିବାକୁ ରୁଷ୍ କହିଛି ।