ବିଶ୍ୱର ପ୍ରଥମ ଐତିହାସିକ ଆଇନ । ନ୍ୟୁଜିଲାଣ୍ଡରେ ବ୍ୟାନ ହୋଇଛି ସିଗାରେଟ୍ । ଏହାସହ ନିୟମ ନମାନିଲେ କୋଟିଏରୁ ଅଧିକ ଟଙ୍କା ଫାଇନ ଦେବାକୁ ପଡିବ । ଯାହାକି ସ୍ଥାନୀୟ ସଂସଦରେ ନିୟମ ଆସିଛି । ନ୍ୟୁଜିଲାଣ୍ଡର ଏଭଳି ପ୍ରତିବନ୍ଧକ ବିଶ୍ୱରେ ପ୍ରଥମ ବୋଲି କୁହାଯାଉଛି । ସେପଟେ ଭାରତରେ ମଧ୍ୟ ସିଙ୍ଗଲ ସିଗାରେଟ ବିକ୍ରୀ ଉପରେ ଲାଗିପାରେ ପ୍ରତିବନ୍ଧକ । ଏନେଇ ସଂସଦର ସ୍ଥାୟୀ କମିଟି ସୁପାରିଶ କରିଛି । କେନ୍ଦ୍ର ସରକାର ଏହାକୁ ଗ୍ରହଣ କଲେ ଖୋଲାରେ ସିଗାରେଟ ବିକ୍ରୀ ଉପରେ ନିଷେଧାଜ୍ଞା ଲାଗିବ । ଅନେକ ଯୁବ ଅବସ୍ଥାରେ କ୍ୟାନସର ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏସବୁ ଦେଖିବା ପରେ ବିଶ୍ୱର ପ୍ରଥମ ଦେଶ ଭାବେ ନ୍ୟୁଜିଲାଣ୍ଡ ଏକ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି ।
More Stories
2026 ରେ କରନ୍ତୁ ଏହି ମ୍ୟାନିଫେଷ୍ଟେସନ୍, ବଦଳିଯିବ ଜୀବନ
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ