The Topmost

“The eyes believe themselves, the ears believe other people.”

ବିଦେଶ ମୁହାଁ ଭାରତୀୟ

କରୋନା ପରେ ବିଦେଶ ମୁହାଁ ଭାରତୀୟ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବ୍ୟୁରୋ ଅଫ ଇମିଗ୍ରେସନର ତଥ୍ୟ ଅନୁଯାୟୀ, ୨୦୨୨ ଜାନୁଆରୀରୁ ନଭେମ୍ବର ମଧ୍ୟରେ ୧.୮ କୋଟିରୁ ଅଧିକ ଭାରତୀୟ ଦେଶ ବାହାରକୁ ଗସ୍ତ କରିଛନ୍ତି । ୨୦୨୧ରେ ଏହି ସଂଖ୍ୟା କେବଳ ୭୭.୨ ଲକ୍ଷ ଥିଲା । ଚଳିତ ବର୍ଷ ବିଦେଶ ଗସ୍ତ କରିଥିବା ଲୋକଙ୍କ ମଧ୍ୟରୁ ୪୦% ବା ୭୨ ଲକ୍ଷରୁ ଅଧିକ ଲୋକ ବିଦେଶରେ ସ୍ଥାୟୀ ଭାବେ ରହିବା ପାଇଁ ଯାଇଛନ୍ତି । ସେହିପରି ୭୧ ଲକ୍ଷ ଲୋକ ବୁଲିବା ପାଇଁ ବିଦେଶ ଗସ୍ତ କରିଛନ୍ତି । ଚାକିରି ପାଇଁ ୨୧ ଲକ୍ଷ ଲୋକ ଯାଇଥିବା ବେଳେ ତୀର୍ଥଯାତ୍ରା ପାଇଁ ୪.୬ ଲକ୍ଷ, ମେଡିକାଲ ପାଇଁ ୧୨୫୩ ଜଣ, ଶିକ୍ଷା ପାଇଁ ୬.୫ ଲକ୍ଷ ଓ ଅନ୍ୟାନ୍ୟ କାରଣ ପାଇଁ ୧.୬ ଲକ୍ଷ ଲୋକ ବିଦେଶ ଗସ୍ତ କରିଛନ୍ତି । ବ୍ୟୁରୋ ପକ୍ଷରୁ ଭାରତରୁ ବିଦେଶ ଯାଉଥିବା ଓ ବିଦେଶରୁ ଭାରତ ଆସୁଥିବା ଲୋକଙ୍କ ତଥ୍ୟ ସଂରକ୍ଷିତ କରି ରଖିଥାଏ।