ନିର୍ଭୟା ଫଣ୍ଡ ଟଙ୍କାରେ କିଣା ଗାଡି ବ୍ୟବହାର କରୁଛନ୍ତି ସାଂସଦ ଓ ବିଧାୟକ । ସିନ୍ଦେ ସରକାର ଉପରେ ବିରୋଧୀଙ୍କ ଗୁରୁତର ଅଭିଯୋଗ । ମହାରାଷ୍ଟ୍ରର ସିନ୍ଦେ ସରକାରଙ୍କ ଉପରେ ଉଦ୍ଧବ ଠାକରେ ଗୋଷ୍ଠୀ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ବିରୋଧୀ ଉଦ୍ଧବ ଗୋଷ୍ଠୀ କହିଛନ୍ତି କି, ସିନ୍ଦେ ସରକାର ମହାରାଷ୍ଟ୍ରରେ ମହିଳାଙ୍କ ସୁରକ୍ଷା ପାଇଁ ଗଠିତ ହୋଇଥିବା ନିର୍ଭୟା ଫଣ୍ଡରୁ ଟଙ୍କା ନେଇ ବିଧାୟକ ଓ ସାଂସଦମାନଙ୍କ ପାଇଁ ସୁରକ୍ଷିତ ଗାଡି କିଣିଛନ୍ତି । ଏନେଇ ଉଦ୍ଧବ ଠାକରେ କହିଛନ୍ତି କି, ରାଜ୍ୟ ସରକାରଙ୍କ ପାଇଁ ଏହାଏକ ଲଜ୍ଜାଜନକ ଘଟଣା । ଏହି ଫଣ୍ଡକୁ ଆସୁଥିବା ସହାୟତା ଅର୍ଥ ଜରିଆରେ ରାଜ୍ୟରେ ମା ଓ ଭଉଣୀଙ୍କୁ ସୁରକ୍ଷା ଦେବା ସହ ଅଭିଯୁକ୍ତଙ୍କୁ ଧରିବା କାମରେ ବ୍ୟବହାର କରାଯିବ । ହେଲେ ସିନ୍ଦେ ସରକାର ଏହି ଟଙ୍କାରେ ନିଜ ଦଳର ବିଧାୟକ ଓ ସାଂସଦମାନଙ୍କ ପାଇଁ ଗାଡି କିଣିବା ଓ ମଉଜ କରିବାରେ ଖର୍ଚ୍ଚ କରୁଥିବା କଥା ଅଭିଯୋଗ ଆଣିଛନ୍ତି ଉଦ୍ଧବ ଠାକରେ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ