ବାଲୋଚିସ୍ତାନରେ ଆଫଗାନ୍ ସେନାର ବେପରୁଆ ଗୁଳି ଚାଳନା । ୬ଜଣ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ସହ ୧୭ଜଣ ଆହତ । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାସହ ପୁଲିସ ଉକ୍ତ ଅଞ୍ଚଳକୁ କର୍ଡନ୍ କରିଛି । ସୂଚନା ଅନୁସାରେ ଏହି ଗୁଳି ଚାଳନାରେ ଆଫଗାନ୍ ସେନା କମାଣ ଓ ମୋର୍ଟାର୍ ସମେତ ଭାରୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଛନ୍ତି । ବେସାମରିକ ନାଗରିକମାନଙ୍କ ଉପରକୁ ଆଫଗାନ ସୀମାନ୍ତ ବଳ କମାଣ ଓ ମୋର୍ଟାର୍ ସମେତ ଭାରୀ ଅସ୍ତ୍ର ନିକ୍ଷେପ କରିଛି । ସେପଟେ ମୁକାବିଲା କରିବାକୁ ଯାଇ ପାକିସ୍ତାନ ସେନା ମଧ୍ୟ ପାଲଟା ଗୁଳିଚାଳନା କରିଛି । ଏନେଇ ପାକିସ୍ତାନ ସରକାର କାବୁଲରେ ଥିବା ଆଫଗାନ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲେ । ଭବିଷ୍ୟତରେ ପୁଣି ଯେମିତି ଏ ଭଳି ଘଟଣା ନ ଘଟେ ସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ