The Topmost

“The eyes believe themselves, the ears believe other people.”

ୟୁଜର୍ସଙ୍କୁ କିଣିବାକୁ ପଡ଼ିବ ବ୍ଳୁ ସବସ୍କ୍ରିପସନ

ଆଜିଠୁ ଟ୍ୱିଟର ବ୍ଲୁ ଚେକ୍ ମାର୍କ ସେବା ଆରମ୍ଭ । ଏଥିପାଇଁ ୟୁଜର୍ସଙ୍କୁ ଟୁଇଟର ବ୍ଳୁ ସବସ୍କ୍ରିପସନ କିଣିବାକୁ ପଡ଼ିବ । ଯାହାଫଳରେ ସେମାନେ ବ୍ଳୁ ଟିକ୍ ସହିତ ସ୍ୱତନ୍ତ୍ର ଫିଚର୍ସର ଲାଭ ପାଇପାରିବେ । ଗତ ମାସରେ କମ୍ପାନୀ ଏହି ପ୍ରୟାସରେ ବିଫଳ ହୋଇଥିଲା । ଯାହାକୁ ପୁନଃ କାର୍ଯ୍ୟକାରୀ କରାଯାଉଛି । ପୂର୍ବରୁ ଏହି ବ୍ଲୁ ଚେକ୍ ମାର୍କ କମ୍ପାନୀ, ସେଲିବ୍ରିଟି, ସରକାରୀ ସଂସ୍ଥା ଏବଂ ସାମ୍ବାଦିକଙ୍କୁ ଦିଆଯାଉଥିଲା । ଏଥିପାଇଁ ଓ୍ୱେବ୍ ୟୁଜର୍ସ ମାସିକ ୮ ଡଲାର ଏବଂ ଆଇଫୋନ୍ ୟୁଜର୍ସଙ୍କୁ ୧୧ ଡଲାର ଦେବାକୁ ପଡ଼ିବ । ଟ୍ୱିଟର କହିଛି ଏହି ଫିଚର ଦ୍ୱାରା ୟୁଜରଙ୍କୁ କମ୍ ବିଜ୍ଞାପନ ଦେଖିବାକୁ ମିଳିବ । ଏହା ସହ ୟୁଜର ଅଧିକ ସମୟର ଭିଡିଓ ସେୟାର କରିପାରିବେ ଏବଂ ସେମାନଙ୍କର ଟୁଇଟ୍ ଗୁଡିକ ଅଧିକ ପ୍ରାଧାନ୍ୟତାର ସହ ଦେଖାଯିବ ।

SHARE BY