The Topmost

“The eyes believe themselves, the ears believe other people.”

ଗାନ୍ଧୀନଗରର ହେଲିପ୍ୟାଡ୍ ଗ୍ରାଉଣ୍ଡରେ ଉତ୍ସବ

ଆଜି ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ । ଗାନ୍ଧୀନଗରର ହେଲିପ୍ୟାଡ୍ ଗ୍ରାଉଣ୍ଡରେ ହେବ ଶପଥ ଗ୍ରହଣ ଉତ୍ସବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୧୦ରୁ ଅଧିକ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଳିତ ବର୍ଷ ଗୁଜରାଟ ନିର୍ବାଚନରେ ବିଜେପି ରେକର୍ଡ ସଂଖ୍ୟକ ଆସନ ସହିତ ମହାବିଜୟ ହାସଲ କରିଛି । ବିଜୟ ବ୍ୟବଧାନରେ ରେକର୍ଡ କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ଘାଟଲୋଡିଆ ଆସନରୁ ଲଢ଼ି ୧ ଲକ୍ଷ ୯୧ ହଜାର ୩୬୦ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି ।