The Topmost

“The eyes believe themselves, the ears believe other people.”

ନିର୍ବାଚନରେ ପରାଜୟ ପରେ ଇସ୍ତଫା

ଇସ୍ତଫା ଦେଲେ ବିଜେପିର ଦିଲ୍ଲୀ ଅଧ୍ୟକ୍ଷ ଆଦେଶ ଗୁପ୍ତା । ଦିଲ୍ଲୀ ନଗର ନିଗମ ନିର୍ବାଚନରେ ପରାଜୟ ପରେ ନିଜ ପଦରୁ ସେ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନିକଟକୁ ପଠାଇଦେଇଛନ୍ତି । ତେବେ ଜେପି ନଡ୍ଡା ଆଦେଶ ଗୁପ୍ତାଙ୍କ ଇସ୍ତଫା ପତ୍ର ସ୍ୱୀକାର କରିଛନ୍ତି । ସେପଟେ ଆଦେଶ ଗୁପ୍ତାଙ୍କ ଇସ୍ତଫା ପରେ ଦଳ ପକ୍ଷରୁ ବିରେନ୍ଦ୍ର ସଚଦେବାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଆଗାମୀ ଅଧ୍ୟକ୍ଷ ନିର୍ବାଚିତ ହେବା ଯାଏ ସେ କାର୍ଯ୍ୟଭାର ସମ୍ଭାଳିବେ ।ଦିଲ୍ଲୀ ନଗର ନିଗମ ନିର୍ବାଚନରେ ମୋଟ ୨୫୦ ଟି ୱାର୍ଡ ବିଜେପି ୧୦୪ ଟି ୱାର୍ଡରେ ବିଜୟଲାଭ କରିଥିବା ବେଳେ ଆମ୍ ଆଦମୀ ପାର୍ଟି ୧୩୪ ଟି ୱାର୍ଡରେ ବିଜୟଲାଭ କରିଥିଲା । ହେଲେ ଆଦେଶ ଗୁପ୍ତା ରହୁଥିବା ଅଞ୍ଚଳରେ ବିଜେପିକୁ ବିଜୟ ମିଳିନଥିଲା ।